ବାଚସ୍ପତିଙ୍କ ଏମଏଲଏ ଦଳ ବଦଳାନ୍ତି ମନ୍ତବ୍ୟ- ବିଲକୁଲ ସମ୍ମାନହାନିସୂଚକ ନୁହେଁ- ସୁପ୍ରିମକୋର୍ଟ

 ତାମିଲନାଡ଼ୁ ବାଚସ୍ପତିଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମାକୁ ଖାରଜ କଲେ ସୁପ୍ରିମକୋର୍ଟ। ବିଧାୟକମାନେ ଦଳ ବଦଳ ଲାଗି ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ ବାଚସ୍ପତି। ଏଥିରେ ସମ୍ମାନହାନି ହେଲା ଭଳି କଥା କଅଣ ରହିଛି କହି ପଚାରି ବାଚସ୍ପତି ଏମ.ଆପାଭୁଙ୍କ ବିରୁଦ୍ଧରେ ଏଆଇଏଡିଏମକେ ଫାଇଲ୍ କରିଥିବା ମାନହାନି ମକଦ୍ଦମାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଦଳମତ ନିର୍ବିଶେଷରେ ଗୋଟିଏ ଦଳକୁ ଅନ୍ୟ ଦଳକୁ ଚାଲିଯିବା କଥା କଦାପି ମାନହାନିସୂଚକ ନୁହେଁ। ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ୍ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ ଏହାର  ଶୁଣାଣୀ କରି ଏଭଳି କହିଛନ୍ତି। ଏଆଇଏଡିଏମକେରୁ ଡିଏମକେକୁ ଦଳ ପରିବର୍ତ୍ତନ ସନ୍ଦର୍ଭରେ ବାଚସ୍ପତି ଏମ.ଆପାଭୁଙ୍କ ଏଭଳି ମନ୍ତବ୍ୟ ବିରୁଦ୍ଧରେ ଏଆଇଏଡିଏମକେର ବାବୁ ମୁରୁଗାଭେଲ ସୁପ୍ରିମକୋର୍ଟ ଯାଇଥିଲେ। ପୂର୍ବରୁ ମାଡ୍ରାସ ହାଇକୋର୍ଟ ବି ମୁରୁଗାଭେଲଙ୍କ ପିଟିସନକୁ ଖାରଜ କରିଦେଇଥିଲେ। ନିଜ ବ୍ୟକ୍ତିଗତ ଦକ୍ଷତା ବଳରେ ଏହି ପିଟିସନ ଫାଇଲ କରିଥିଲେ ମୁରୁଗାଭେଲ। କୌଣସି ପ୍ରତିନିଧିତ୍ୱ ଆଧାରରେ କରିନଥିବାରୁ ଏଭଳି ପିଟିସନକୁ ରଦ୍ଦ କରିଦେଇଥିଲେ ଆଗରୁ ହାଇକୋର୍ଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *