ଶୌଚାଳୟରେ ରହୁଛନ୍ତି ଆଦିବାସୀ ଛାତ୍ରୀ

 ଶୌଚାଳୟରେ ରହୁଛନ୍ତି ଆଦିବାସୀ ଛାତ୍ରୀ। ଛତିଶଗଡ଼ର ଆବାସିକ ସ୍କୁଲରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ। ବସ୍ତରର ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲରେ ଥିବା ହଷ୍ଟେଲ୍ ବାଥରୁମରେ ରହୁଛନ୍ତି ପିଲା। ଅତି ଦୟନୀୟ ଅବସ୍ଥାରେ ରହୁଥିବାର ଭିଡ଼ିଓ ପଦାକୁ ଆସିଛି। ଟଏଲଟକୁ ମ୍ୟାଟରେ କଭର କରି ତା ଉପରେ ଖଟ ପକାଇ ଯେନତେନ ପ୍ରକାରେ ରହୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ଏ ସଂକ୍ରାନ୍ତରେ ମନ୍ତ୍ରୀ କେଦାର କାଶ୍ୟପଙ୍କୁ ପଚାରିବାରୁ ମନ୍ତ୍ରୀ କହିଛନ୍ତି, ଆଗ ହଷ୍ଟେଲରେ ପଶି ଏ ଭିଡ଼ିଓ କିଏ କଲା। କାହା ଅନୁମତିରେ ହଷ୍ଟେଲରେ ପଶି ଭିଡ଼ିଓ ଉତ୍ତୋଳନ କରାଗଲା କହି କୈଫୟତ ମାଗିଛନ୍ତି। ପ୍ରଶାସନର ବିନା ଅନୁମତିରେ ଆବାସିକ ହଷ୍ଟେଲରେ କେହି ପଶିପାରିବେନି। ଏ ପ୍ରସଙ୍ଗକୁ ଏଭଳି ଢଙ୍ଗରେ ପଦାକୁ ଆଣିଥିବା ତତ୍ତ୍ୱଙ୍କ ବିରୁଦ୍ଧରେ ଆକ୍ସନ ହେବ। ଆଉ ଛଦ୍ମବେଶୀଙ୍କ ବିରୁଦ୍ଧରେ ତଦନ୍ତ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *