ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର ସୋରୀ । ତେବେ ଡିଆରଜି ଏବଂ ସିଆରପିଏଫ ଯବାନ୍ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିଥିଲେ । ଯବାନ ମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ ହେଲେ ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସେଇଠି ଟଳିପଡିଥିଲେ ।
ସହିଦ ଯବାନ ବିରେନ୍ଦ୍ର କୁମାର ସୋରୀ ଗତ ୨୦୧୦ରେ ସେ ନାରାୟଣପୁର ଜିଲ୍ଲା ପୋଲିସରେ ଭର୍ତ୍ତି ହୋଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now