କନ୍ୟାଦାନ ପରେ ଆରପାରିକୁ ଚାଲିଗଲେ ବାପା

ଝିଅର ବାହାଘର ସମ୍ପନ୍ନ ଯାଏ ଥିଲା ଜୀବଦଶା। ଆଉ କନ୍ୟାଦାନ ପରେ ପରେ ହିଁ ସବୁଦିନ ଲାଗି ଆଖି ବୁଜିଦେଲେ ବାପା। ୟୁପିର ହାଥରସରୁ ଏଭଳି ହୃଦୟ ବିଦାରକ ଦୃଶ୍ୟ ଆସିଛି। ବିବାହ ମଣ୍ଡପରେ ଝିଅର କନ୍ୟାଦାନ ପ୍ରଥା ସମ୍ପନ୍ନ ପରେ ଟଳିପଡ଼ିଲେ ବାପା। ଆଉ ଖୁସିର ମାହୋଲ ଅଚାନକ କାନ୍ଦବୋବାଳିରେ ଫାଟିପଡ଼ିଥିଲା। ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ଆଖିରୁ ବି ଲୁହ ଗଡ଼ିଥିଲା। ସମସ୍ତେ ଏଭଳି ଅଘଟଣରେ ସ୍ତବ୍ଧ ଓ ହତବାକ୍ ହୋଇଯାଇଥିଲେ। କନ୍ୟାବିଦା ପୂର୍ବରୁ ବାପା ଚାଲିଯିବା ଘଟଣାରେ ସମସ୍ତେ ଭାଙ୍ଗିପଡ଼ିଲେ। ଥରୈରା ନିବାସୀ ୟଶପାଲଙ୍କ ସାନ ଝିଅ ସୁମନଙ୍କ ବିବାହ ମଥୁରା ନିବାସୀ ଗୌରୀଶଙ୍କର ସହ ସ୍ଥିର ହୋଇଥିଲା। ମଥୁରାରୁ ବରଯାତ୍ରୀ ଆସିବା ପରେ ଭୋଜିଭାତ ଓ କନ୍ୟାଦାନ କାମ ସମ୍ପନ୍ନ ହୋଇଥିଲା। ଏତିକିବେଳେ କନ୍ୟା ପିତାଙ୍କ ଦେହ ଅଚାନକ ଖରାପ ହୋଇଯାଇଥିଲା। ଡାକ୍ତରଖାନା ନେବା ବାଟରେ ହିଁ ଟଳିପଡ଼ିଲେ ୟଶପାଲ୍। ବିବାହର ବାକି ନୀତି ଝିଅର ବଡ଼ବାପା ପୂରଣ କରିଥିଲେ। ଏପରିକି ଝିଅ ବିଦା ବେଳକୁ ବାପାଙ୍କ ମୃତ୍ୟୁ ହୋଇସାରିଛି ଖବର ବିଲକୁଲ ଦେଲେନି ପରିଜନ। କନ୍ତୁ ମଥୁରା ଶ୍ୱଶୁର ଘରେ ପହଞ୍ଚିବା ପରେ ହିଁ ବାପା ଆଉ ନାହାନ୍ତି କହି ଫୋନ ଯୋଗେ ପରିବାର ଲୋକେ ସୂଚନା ଦେଇଥିଲେ। ଏହି ଖବର ଶୁଣି ତୁରନ୍ତ ଝିଅ ସେହି ବିବାହ ଯୋଡ଼ାରେ ହିଁ ଫେରିଥିଲା ଗାଁକୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *