ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ୭୮ ବାଂଲାଦେଶୀ ଅଟକ । ଭାରତୀୟ ଗଭୀର ସମୁଦ୍ର ସୀମା ମଧ୍ୟରେ ଦୁଇଟି ବଡ଼ ମାଛଧରା ବୋଟ ମାଧ୍ୟମରେ ମୋଟ ୭୮ ଜଣ ବାଂଲାଦେଶୀ ଆସୁଥିବା ଦେଖି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଅମୋଘ ସେମାନଙ୍କୁ ଅଟକାଇ ତନଖି ଆରମ୍ଭ କରିଥିଲା | ସେମାନଙ୍କ କଥାରେ ତାଳମେଳ ରହୁନଥିବା ଓ ସେମାନେ ଭାରତୀୟ ଜଳ ସୀମାରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ରେ ତଟରକ୍ଷୀ ବାହିନୀ ସେମାନଙ୍କୁ ଅଟକାଇ ନିଜ ହେପାଜତକୁ ନେବାସହ ସେମାନଙ୍କୁ ଆଣି ପାରାଦୀପ ବନ୍ଦରକୁ ଆସିଛି | ସେମାନେ କିଏ ଓ ସେମାନଂକ ସମ୍ପୂର୍ଣ୍ଣ ଠିକଣା ଜାଞ୍ଜ ପରେ ସେମାନଂକୁ ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ଛି |
Naxatra News is now on Whatsapp
Join and get latest news update delivered to you via whatsapp
Join Now