ଟ୍ୟୁସନ ଯାଇ ଘରକୁ ଫେରିଲେନି ଅମ୍ରିତା

ଯାଜପୁର: ଟିଉସନ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ। ଏକ ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ।  ଛାତ୍ରୀ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ଛାତ୍ରୀ ହେଉଛନ୍ତି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା।

 ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା ନବମ ଶ୍ରେଣୀରେ ପଢୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ମଙ୍ଗଳପୁର ଥାନା ଅଧୀନ ନନ୍ଦିପୁର ପଂଚାୟତ ବାବଲପୁର ଗ୍ରାମକୁ  ଟିଉସନ୍  ଯାଇଥିଲେ । ହେଲେ ଟୀଉସନ୍ ରୁ ଆଉ ଘରକୁ ଫେରିଥିଲେ ଅମ୍ରିତା । ଦୀର୍ଘ ସମୟ ପରେ ଏକ ପୋଖରୀରେ ବ୍ୟାଗ୍ ଭାସୁଥିବା ଦେଖି ଖୋଜାଖୋଜି  ପୋଖରୀ ରୁ ଅମ୍ରିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।  

ପରିବାର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ରିତାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *