ସରିଲା ବିଧାନସଭା ଶୀତ ଅଧିବେଶନ

ସରିଲା ବିଧାନସଭା ଶୀତ ଅଧିବେଶନ । ଡିସେମ୍ୱର ୩୧ ଯାଏଁ ଗୃହ ଚାଲିବାକୁ ଥିଲା । କିନ୍ତୁ ୩୦ଟି କାର୍ଯ୍ୟଦିବସ ମଧ୍ୟରୁ ମାତ୍ର ୧୨ ଦିନ ଚାଲିଲା । ୧୬ଟି କାର୍ଯ୍ୟଦିବସ ପୂର୍ବରୁ ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା ହୋଇଛି । ଏଥର ଅତିରିକ୍ତ ବଜେଟ ପାରିତ ହେବା ସହ ୨ଟି ସରକାରୀ ଓ ୧୦ଟି ବେସରକାରୀ ବିଲ ଆଗତ ହୋଇଥିଲା । ମୋହନ ସରକାରଙ୍କୁ ୬ ମାସ ହୋଇ ସାରିଥିବା ବେଳେ ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଗେରିବାକୁ ସଜବାଜ ହୋଇଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ଉଷ୍ମ ରହିତିଲେ । ଆଳୁ ଦର, ମିଶନ ଶକ୍ତି ସହାୟିକାଙ୍କ ଦରମା, ଏଏସଓ ଚାକିରି ବିକ୍ରି,ଗନ୍ଧମାର୍ଦ୍ଧନ ସୁରକ୍ଷା ଓ ଆଦାନୀର ଜମି କିଣା, ଜାତି ଜନଗଣନା, ୱାଲଟିୟର ଡିଭିଜନ୍ ବିଜୟୱାଡାକୁ ନେବା ପ୍ରସଙ୍ଗ, ଦାଦନ, ପାଣି ସମସ୍ୟା,ରାଜସ୍ୱ ବିଭାଗର ବିଭିନ୍ନ ପ୍ରସଙ୍ଗ ସହ ଯାତ୍ରା ପେଣ୍ଡାଲରେ ଜୀଅଁନ୍ତା ଜୀବ ଖାଇବା ଭଳି ବର୍ବରତା ସମ୍ପର୍କରେ ଗୃହରେ ଚର୍ଚ୍ଚା ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *