ଆଇ ଆମ୍ ସରି। ଯାହା ବି କିଛି ଘଟିଗଲା ସେଥିଲାଗି କ୍ଷମା ମାଗୁଛି। ଆଇନର ସମ୍ମାନ କରୁଛି। ପୁଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି। ଜେଲରୁ ମୁକୁଳିବା ପରେ ସାଉଥ ସୁପରଷ୍ଟାର ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଥିଲା ଏହା ପ୍ରଥମ ପ୍ରତିକ୍ରିୟା। ସେ ପୁରା ଠିକ୍ ଅଛନ୍ତି। ତାଙ୍କ ଲାଗି କେହି ବ୍ୟସ୍ତ ହୁଅନ୍ତୁନି କହି ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଅର୍ଜୁନ। ଦଳାଚକଟାରେ ମୃତ୍ୟୁବରଣ କରିଥିବା ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଅଲ୍ଲୁ। ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲା। ପୀଡ଼ିତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ଦେବାକୁ ସେ ପ୍ରସ୍ତୁତ। ହାଇକୋର୍ଟରୁ ଜାମିନ ପାଇବା ପରେ ସକାଳୁ ହାଇଦ୍ରାବାଦ ସେଣ୍ଟ୍ରାଲ ଜେଲରୁ ମୁକୁଳିବାର ଏ ଥିଲା ଦୃଶ୍ୟ। ତାଙ୍କୁ ଜେଲରୁ ରିସିଭ୍ କରିବାକୁ ଯାଇଥିଲେ ତାଙ୍କ ବାପା ଓ ଶ୍ୱଶୁର।
ଜାମିନ ମିଳିବା ସତ୍ତ୍ୱେ ଜେଲରୁ ରିଲିଜରେ କାହିଁକି ବିଳମ୍ୱ ହେଉଛି କହି ଅଲ୍ଲୁଙ୍କ ଓକିଲ କ୍ଷୋଭ ଝାଡ଼ିଥିଲେ। ଏପରିକି ଜଣେ ଫ୍ୟାନ ଏହାର ପ୍ରତିବାଦରେ ଜେଲ ଆଗରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଶୁକ୍ରବାର ରାତିରେ ଅଲ୍ଲୁଙ୍କ ଫ୍ୟାନ୍ ଜେଲ ଆଗରେ ପ୍ରବଳ ଭିଡ଼ କରି ତୁରନ୍ତ ମୁକ୍ତି ଲାଗି ନାରାବାଜି କରିଥିଲେ।
ସେପଟେ ଘରେ ପହଞ୍ଚିବା ପରେ ଅଲ୍ଲୁଙ୍କୁ ଦେଖି ପତ୍ନୀ ଓ ଝିଅ ଭାବବିହ୍ୱଳ ହୋଇପଡ଼ିଥିଲେ। ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ୍ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଡିସେମ୍ୱର ୪ରେ ହାଇଦ୍ରାବାଦର ସଂଧ୍ୟା ଥିଏଟର ପୁଷ୍ପା-୨ର ସ୍ପେଶିଆଲ ସ୍କ୍ରିନିଂ ଅବସରରେ ଦଳାଚକଟାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୧୩ ତାରିଖରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା। ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଶୁକ୍ରବାର ଚଞ୍ଚଳଗୁଡ଼ା ସେଣ୍ଟ୍ରାଲ ଜେଲକୁ ପଠାଇଦିଆଯାଇଥିଲା। କିନ୍ତୁ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୫୦ହଜାର ଟଙ୍କାର ବ୍ୟକ୍ତିଗକ ମୁଚାଲିକାରେ ଅନ୍ତରୀଣ ଜାମିନ୍ ଦେଇଥିଲେ। ଜାମିନ ଅର୍ଡର ଅନଲାଇନରେ ଅପଲୋଡ଼ ହୋଇନଥିବାରୁ ଅଲ୍ଲୁଙ୍କୁ ସାରା ରାତି ଜେଲରେ ରହିବାକୁ ପଡ଼ିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now