ରୋଜଗାର ମେଳା ମାଧ୍ୟମରେ ୭୧ ହଜାର ନିଯୁକ୍ତି ପତ୍ର ବଣ୍ଟନ

ରୋଜଗାର ମେଳା ରେ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ । ଯୁବକ ଙ୍କ ଅନେକ ବର୍ଷ ର ସପ୍ନ ପୂରଣ ହେଉଛି ।2024 ର ଏହି ବର୍ଷ ଆପଣ ଓ ଆପଣଙ୍କ ପରିବାର କୁ ନୂଆ ଖୁସି ଦେଉଛି।10 ବର୍ଷ ରେ ସରକାର ଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ସଂସ୍ଥା ରେ ସରକାରୀ ଚାକିରୀ ଦେବାର ଗତ ଦେଢ଼ ବର୍ଷ ମଧ୍ୟରେ 10 ଲକ୍ଷ ଯୁବକଙ୍କୁ ପକ୍କା ସରକାରୀ ଚାକିରୀ ମିଳିଛି ।ପୂର୍ବରୁ କୌଣସି ସରକାର ସମୟରେ ଏଭଳି ମିଶନ ମୋଡ଼ ରେ ସରକାରୀ ଚାକିରୀ ମିଳିନି ।2047 ବିକଶିତ ଭାରତ ହେବାର ସଂକଳ୍ପ ନେଇଛୁ ।ମେକ ଇନ ଇଣ୍ଡିଆ, ଆତ୍ମ ନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଭଳି  ନୀତି ର ଲାଭ ଯୁବକ ଙ୍କୁ ମିଳିଛି ।ଭାରତ ର ଯୁବକ ସବୁ ସେକ୍ଟର ରେ ଗୌରବ ଆଣିଛି ।ଆଜି ଭାରତ ମୋବାଇଲ ନିର୍ମାଣ ରେ ବିଶ୍ୱ ର ଦ୍ଵିତୀୟ ସବୁଠୁ ବଡ଼ ଦେଶ ହୋଇଛି ।ନୂଆ ଭାରତ ର ନିର୍ମାଣ ପାଇଁ ଦେଶ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ର ଆବଶ୍ୟକତା ଥିଲା ।ନ୍ୟାସନାଲ ଏଜୁକେସନ ପଲିସି ଜରିଆରେ ଦେଶ ଏବେ ସେହି ଦିଗ ରେ ଆଗକୁ ବଢୁଛି ।ପୂର୍ବରୁ ଶିକ୍ଷା ବ୍ୟବସ୍ଥା ଛାତ୍ର ଙ୍କ ଉପରେ ବୋଝ ହେଉଥିଲା ।ଏବେ ଛାତ୍ର ଙ୍କୁ ନୂଆ ବିକଳ୍ପ ମିଳୁଛି …ଅଟଳ ଟିଙ୍କରିଙ୍ଗ ଲ୍ୟାବ ଓ ଆଧୁନିକ ପିଏମ ଶ୍ରୀ ସ୍କୁଲ ଜରିଆରେ ଛୋଟ ବେଳୁ ନୂଆ ମାଇଣ୍ଡ ସେଟ ତିଆରି କରୁଛି ।ଆଜି ର ସଫଳତା ସରକାରୀ କର୍ମଚାରୀ ନିଜ ପରିଶ୍ରମ ରୁ ତିଆରି କରିଛନ୍ତି ବୋଲି ଅଭିଭାଷଣରେ କହିଛନ୍ତି ।

ସେପଟେ ୧୪ ତମ ରୋଜଗାର ମେଳାରେ 400ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ. ଭୁବନେଶ୍ୱର ଆଇଏମଏମଟି ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋଜଗାର ମେଳାର 14 ତମ ସଂସ୍କରଣ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ. ସିଆରପିଏଫ, ଉଚ୍ଚ ଶିକ୍ଷା, କନେଷ୍ଟବଳ ଭଳି ବିଭିନ୍ନ ବିଭାଗରେ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି. ଆଜି ଓଡିଶା ସହ ଦେଶରେ 45 ଟି ସ୍ଥାନରେ ରୋଜଗାର ମେଳା ମାଧ୍ୟମରେ 71 ହଜାର ନିଯୁକ୍ତି ପତ୍ର ଦିଆଯାଇଛି. ବର୍ତ୍ତମାନ ସୁଦ୍ଧା ସାଢେ 8 ଲକ୍ଷ ନିଯୁକ୍ତି ଦେଇ ସାରିଛନ୍ତି କେନ୍ଦ୍ର ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *