ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍

ଟାରିଫ୍ ନିୟମରେ ସଂଶୋଧନ ହୋଇଛି। ପୁଣି ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍ । ଏଣିକି ଭଏସ କଲ ଏବଂ ଏସଏମଏସ ପାଇଁ ମିଳିବ ସ୍ୱତନ୍ତ୍ର ଭାଉଚର । ଟେଲିକମ ରେଗୁଲେସନ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଏ । ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ । ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସ୍ପେଶାଲ ଟାରିଫ ଭାଉଚର ରହିବ । ଏହାଦ୍ବାରା ଡାଟା ବ୍ୟବହାର କରୁନଥିବା ଗ୍ରାହକ ଉପକୃତ ହୋଇପାରିବେ । ସେହିପରି ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ଦିନକୁ ବୃଦ୍ଧି ନିର୍ଦେଶ ଦିଆଯାଇଥିବାବେଳେ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଏହି ଫାଇଦା ମିଳିବ ବୋଲି କୁହାଯାଇଛି। ଟାରିଫ୍ ନିୟମରେ ସଂଶୋଧନ ଆଣିଲା TRAI। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *