ସରକାରୀ ସ୍କିମ୍- ମାସକୁ ହଜାରେ ପାଉଛନ୍ତି ସନି ଲିଓନି!

ହିତାଧିକାରୀ ତାଲିକାରେ ଅଭିନେତ୍ରୀ ତଥା ମଡେଲ୍ ସନି ଲିଓନି। ଛତିଶଗଡ଼ର ମହାତ୍ରି ବନ୍ଦନା ଯୋଜନାର ହିତାଧିକାରୀ ସାଜିଛନ୍ତି ସନି। ଏହି ଯୋଜନା ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ହୋଇଛି। ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମାସିକ ହଜାରେ ଟଙ୍କା ମିଳୁଛି। ଗଲା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ମୋଦି ଏହି ସ୍କିମର ଶୁଭାରମ୍ଭ କରିଥିଲେ । ତେବେ ଏଭଳି ହିତାଧିକାରୀ ତାଲିକାରେ ସନି ଆସିଲେ କେମିତି। ଏମିତିରେ ମାନଦଣ୍ଡ ଦେଖିଲେ ସେ ଏଥିଲାଗି ସମ୍ପୂର୍ଣ୍ଣ ଅଯୋଗ୍ୟ। କାରଣ ଆର୍ଥିକସ୍ତରରେ ଦୁର୍ବଳ ବିବାହିତ ମହିଳାଙ୍କ ଲାଗି ଏହି ଯୋଜନା ଅଟେ। ଗରିବ ସୀମାରେଖା ତଳେ ୨୧ ବର୍ଷରୁ ଅଧିକ ମହିଳାଙ୍କ ଲାଗି ଏହା ପ୍ରଜୁଯ୍ୟ ଅଟେ। ବସ୍ତର ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେବା ପରେ ଅସଲ କଥା ପଦାକୁ ଆସିଥିଲା। ଅଙ୍ଗନଓ୍ୱାଡ଼ି କର୍ମୀ ବେଦମତୀ ଯୋଶୀଙ୍କ ଆଇଡିରୁ ଏହା ପଞ୍ଜୀକୃତ ହୋଇଥିଲା। ଆଉ ଗାଁର ବୀରେନ୍ଦ୍ର ଯୋଶୀ ନାମକ ବ୍ୟକ୍ତି କାରସାଦି କରି ଅବୈଧ ଭାବେ ରାଶିକୁ ହଡ଼ପ କରିବାକୁ ସନି ଲିଓନିଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲା। ସନି ଲିଓନିଙ୍କ ନାଁରେ ମାସିକ ହଜାରେ ଟଙ୍କା ଲେଖାଏଁ ଲାଭ ଉଠାଇ ଚାଲିଥିଲା। ସରକାରଙ୍କ ସହ ଚଞ୍ଚକତା କରିଥିବାରୁ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ଗିରଫ କରାଯାଇଛି। ସେ ପାଇଥିବା ଟଙ୍କାକୁ ଅସୁଲ କରିବାକୁ ଆରମ୍ଭ ହୋଇଛି ପଦକ୍ଷେପ। ବୀରେନ୍ଦ୍ରଙ୍କ କହିବା କଥା, ସେ ଏହି ଯୋଜନାରେ ମୂଳରୁ ଆବେଦନ ହିଁ କରିନାହାନ୍ତି। କିଏ ଚଞ୍ଚକତା କରି ତାଙ୍କୁ ଫସାଇବାକୁ ଏଭଳି ଆବେଦନ କରିଛି। କଥା ପଡ଼ିଛି, ଯଦି କେହି ତାଙ୍କୁ ଫସାଇବାକୁ ଏଭଳି ଚକ୍ରାନ୍ତ କରିଥିଲେ। କେହି ତାଙ୍କ ଆଧାର ଓ ବ୍ୟାଙ୍କ ଖାତାର ଦୁରୁପଯୋଗ କରି ଏମିତି କରିଛି। ତା ହେଲେ ୧୦ ମାସ ହେଲା ମାସକୁ ମାସକୁ ହଜାରେ ଟଙ୍କା ଲେଖାଏଁ ପାଉଥିଲା ବେଳେ କାହିଁକି କୌଣସି ଆପତ୍ତି କରିନଥିଲେ ବୀରେନ୍ଦ୍ର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *