ହସ୍ ମନି କେସ୍ ମାମଲା, ବଢିଲା ଟ୍ରମ୍ପଙ୍କ ଅଡୁଆ

ହସ୍ ମନି କେସ୍ ମାମଲା। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିଛି । ଶପଥ ପୂର୍ବରୁ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ହସ୍ ମନି କେସ୍ ମାମଲାର ଶୁଣାଣି ପାଇଁ ଟ୍ରମ୍ପଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିପାରେ । ଜାନୁଆରୀ ୧୦ରେ କୋର୍ଟ ଏହି ଦଣ୍ଡ ଘୋଷଣା କରିବେ । ଏହି ସମୟ ମଧ୍ୟରେ ଟ୍ରମ୍ପଙ୍କୁ ନିଜେ କୋର୍ଟରେ ହାଜର ହେବାକୁ ପଡ଼ିବ। ତେବେ ଜେଲ ନ ଯିବାକୁ ବିଚାରପତି ସୂଚିତ କରିଛନ୍ତି।

ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର ଦୁଇ ସପ୍ତାହ ତଳେ ଏହି କୋର୍ଟର ନିର୍ଦ୍ଦେଶ ଆସିଛି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *