ଭୁବନେଶ୍ୱର ଟ୍ରାଫିକ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ସରକାର। ସହରାଞ୍ଚଳ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ । ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଓ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି । ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦେଖା ଯାଉଥିବା ଟ୍ରାଫିକ ଜାମ କୁ ଦୂର ପାଇଁ ଆମେ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମ କୁ ଅଧିକ ବଢ଼ାଉଛୁ । ଡବଲ ଡେକର ବସ ସେବା ଆରମ୍ଭ କରାଯାଇଛି
ସେପଟେ ସହର ବଢେଇବେ ସରକାର। ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦିଆଯିବ ଦାୟିତ୍ୱ । ଟାଇମ ପିରିୟଡ଼ ବି ଫିକ୍ସ ହେବ । ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ କୌଣସି ଅନପ୍ଳାନଡ଼ କାମ ହେବନି. କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟିପି ସ୍କିମ କରିବାକୁ ଯାଉଛନ୍ତି ସରକାର. ଭୁବନେଶ୍ୱର ହେଉଛି ଏକ ପ୍ଲାନଡ଼ ସିଟି । ତେଣୁ କୌଣସି ଅନପ୍ଲାନଡ଼ କାର୍ଯ୍ୟ କରାଯିବ ନାହିଁ। ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି । ଅଧିକ ରୁ ଅଧିକ ଟାଉନ ପ୍ଲାନ ସ୍କିମ ଉପରେ ଗୁରୁତ୍ୱ ଦିଆଯାଉଛି. କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରାଞ୍ଚଳ ରେ ଟାଉନ ପ୍ଲାନିଂ ସ୍କିମ କରାଯିବ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅଧିକ ଟାଉନ ପ୍ଲାନିଂ କାର୍ଯ୍ୟାଳୟ ଓ ମାନବ ସମ୍ବଳ ରଖାଯିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now