ବ୍ରଜରାଜନଗର ପୋୖର ପରିଷଦରେ ସରିଲା ଅନାସ୍ଥା ପ୍ରସ୍ତାବ ଭୋଟିଂ

ଆଜି ବ୍ରଜରାଜନଗର ପୋୖର ପରିଷଦରେ ସରିଲା ଅନାସ୍ଥା ପ୍ରସ୍ତାବ ଭୋଟିଂ। ସୂଚନାନୁସାରେ ବ୍ରଜରାଜନଗର ପୋୖର ପରିଷଦର ଅଧଃକ୍ଷା ଯଜ୍ଞସିନୀ ଓରାମଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମସ୍ତ କାଉନସିଲର।ବ୍ରଜରାଜନଗର ପୋୖର ପରିଷଦରେ  ୨୩ ଟି ୱାର୍ଡରୁ ସମସ୍ତ  କାଉଁସିଲର ପୌରାଧ୍ୟକ୍ଷା ଙ୍କ ବିରୁଦ୍ଧରେ ଆଣିଥିଲେ ଅନାସ୍ଥା |  ଏଥିମଧ୍ୟରୁ ୨୦ଜଣ କାଉଁସିଲର ବିଜେଡ଼ି ୨ଜଣ ବିଜେପି ଓ ଜଣେ ବି.ଏସ.ପି.ର ଥିଲେ ।ଏହି କାଉନସିଲରମାନେ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ପୌରାଧ୍ୟକ୍ଷା ଏହି ଅନାସ୍ଥା ଉପରେ ରହିତାଦେଶ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ | କିନ୍ତୁ ମାନ୍ୟବର କୋର୍ଟ ଆଜି ଭୋଟିଙ୍ଗ କରାଯିବ କିନ୍ତୁ ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୫ ପର୍ଯ୍ୟନ୍ତ ଫଳାଫଳ କୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଛନ୍ତି | ତେବେ କୋର୍ଟ ଆଦେଶାନୁଯାଇ ଆଜି ବ୍ରଜରାଜନଗର ପୋୖର ପରିଷଦରେ ରିଟର୍ଣ୍ଣିଂ ଅଧିକାରୀ ସଞ୍ଜୀବ ପଟେଲ ରହି ସୁଚାରୁ ରୁପେ ନିର୍ବାଚନ ପରିଚାଳନା କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆସନ୍ତା ଫେବୃଆରୀ ୫ତାରିଖରେ ଘୋଷଣା ହେବ। ତେବେ ଏହାକୁ ନେଇ ବିଜେଡ଼ି ଦଳ ମଧ୍ୟରେ କୌଣସି ପ୍ରକାର ଫାଟ ନାହିଁ ଏହା ପୋୖର ଅଧଃକ୍ଷାଙ୍କ ବିରୁଦ୍ଧରେ ବୋଲି ଉପାଧ୍ୟକ୍ଷ ଓ କାଉନସିଲର କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *