ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ସଫଳତାର ଫର୍ଦ୍ଧ । ସଫଳ ହୋଇଛି ଇସ୍ରୋର ସ୍ପାଡେକ୍ସ ମିଶନ(spadex) । ୩୦ ଡିସେମ୍ୱରରେ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ସାଟେଲାଇଟ ଲଞ୍ଚ ହୋଇଥିଲା । ତେବେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପ୍ରଥମ ଥର ପାଇଁ ମହାକାଶରେ ୨ଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରିବାରେ ସଫଳ ହୋଇଛି । ଜାନୁଆରୀ ୧୨ ତାରିଖରେ ୨ ଅନ୍ତରୀକ୍ଷ ଯାନକୁ ୩ ମିଟର ଦୂରତାରେ ରଖିବା ଓ ପରେ ଉପଗ୍ରହକୁ ଯୋଡ଼ିବା ପରୀକ୍ଷଣରେ ସଫଳତା ମିଳିଛି ।ଦୁଇ ଉପଗ୍ରହ ମଧ୍ୟରୁ ଗୋଟିଏ ‘ଚେସର’ ଏବଂ ଅନ୍ୟଟି ହେଉଛି ‘ଟାର୍ଗେଟ’।ଚେସର ସାଟେଲାଇଟ ଟାର୍ଗେଟକୁ ଧରି ରଖିବ। ଏହି ମିଶନ ସଫଳ ହେବା ସହ ଏଣିକି ଦୁଇ ଉପଗ୍ରହ ମଧ୍ୟରେ ତଥ୍ୟ ଆଦାନପ୍ରଦାନ କରିହେବ।ସ୍ପେସ୍ ଡକିଂ ଆଗାମୀ ଚନ୍ଦ୍ରଯାନ-୪ ମିଶନ ପାଇଁ ଲାଭଦାୟକ ହେବ।ଷ୍ସେସ ଷ୍ଟେସନ ନିର୍ମାଣରେ ସହାୟକ ହେବ। ଯନ୍ତ୍ରାଂଶଗୁଡିକୁ ଏକତ୍ରିତ କରାଯାଇ ପାରିବ, କକ୍ଷଚ୍ୟୁତ ସାଟେଲାଇଟକୁ ଅରବିଟକୁ ଆଣିହେବ । ଅନ୍ତରୀକ୍ଷରେ ଡକିଂ କରିବାରେ ବିଶ୍ୱରେ ଭାରତ ୪ର୍ଥ ଦେଶ । ୪ଶହ ବିଲିୟନ ଡଲାର ଅନ୍ତରୀକ୍ଷ କାରବାରରେ ଭାରତ ତା ଭାଗିଦାରୀ ମଜଭୁତ କରିଛି ।,ହି ସଫଳତାର ସୂଚନା ଇସ୍ରୋ ପକ୍ଷରୁ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ମାନଙ୍କୁ ଅଭିନ୍ନ୍ଦନ ଜଣାଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now