ଗୋଦାମ ଗୃହରେ ଝୁଲନ୍ତା ଅବସ୍ଥାରେ  ଯୁବକ ଙ୍କ ମୃତଦେହ ଉଦ୍ଧାର

 ଚଣ୍ଡିଖୋଲ ବଜାରରେ ଥିବା ଶ୍ରୀ ଗଣେଶ ନାମକ ଗୋଦାମ ଗୃହ କୋଠରୀରେ ଝୁଲନ୍ତା ଅବସ୍ଥାରେ  ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ଗୋଦାମ ରେ  ମୃତକ ଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ  ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲେ ନା  ହତ୍ୟା ପଛରେ ଆଉ କେଉଁ କାରଣ ରହିଛି ତାହା ଜଣା ପଡି ନାହିଁ,। ତେବେ ମୃତକ ଙ୍କ ଘର କୁଆଖିଆ ମୁଗୁପାଳ ଅଞ୍ଚଳ ର ସୁଚିକାନ୍ତ ମଲ୍ଲିକ ବୋଲି ଜଣା ପଡ଼ିଛି। ଯୁବକ ଜଣକ କିଛି ମାସ ହେବ ଗୋଦାମ ରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଆଜି ସକାଳୁ ଗୋଦାମ ଗୃହ ରୁ ଯୁବକ ଙ୍କ ଫ୍ୟାନ ରେ ଝୁଲନ୍ତା ଅବସ୍ଥା ମୃତଦେହ ଦେଖି ଅନ୍ୟ କର୍ମଚାରି ମାନେ ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳ ରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହିତ ସବ୍ ବ୍ୟବଚ୍ଛେଦ ଲାଗି ବଡଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଘଟଣା ର ଅଧିକ ତଦନ୍ତ ଚଳାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *