ସୁପ୍ରିମକୋର୍ଟରେ ଶୁଣାଣୀରେ ଚାଲିଥିଲା ଲାଇଭ- ଷ୍ଟ୍ରିମିଂ। କିନ୍ତୁ ଅଚାନକ ଏହାକୁ ସ୍ୱିଚଅଫ୍ କରିଦେଲେ କୋର୍ଟ। କେବଳ ଇନ-କ୍ୟାମେରା ଓ୍ୱେବେକ୍ସ ପ୍ରୋସିଡିଂକୁ ଜାରି ରଖିଲେ। ତେବେ ଲାଇଭ-ଷ୍ଟ୍ରିମିଂକୁ ସ୍ୱିଚଅଫ୍ କରିବା ପଛରେ ଥିଲା ମହତ୍ ଉଦ୍ଦେଶ୍ୟ। କାରଣ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲା ଛୋଟ ଛୁଆଟି। ସେଥିଲାଗି ସଂପୃକ୍ତ ଛୁଆର ଫଟୋ କି ଭିଡ଼ିଓ ଯେମିତି ଗଣମାଧ୍ୟମରେ ଆସିବନି କି ସର୍ବସାଧାରଣ ଲାଇଭ ଷ୍ଟ୍ରିମିଂରେ ଦେଖିପାରିବେନି, ସେଥିଲାଗି ସଚେତନ ଥିବା କୋର୍ଟ ଏ ଦିଗରେ ଧ୍ୟାନ ଦେଇଥିଲେ। ବେଙ୍ଗାଲୁରୁ ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ମାମଲାର ଶୁଣାଣୀ ଚାଲିଥିଲା। ସ୍ୱର୍ଗତ ଅତୁଲଙ୍କ ମାଆ ଅଞ୍ଜୁ ଦେବୀ ନିଜ ନାତିର କଷ୍ଟଡି ନେବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବୋହୂ ନିକିତା ସିଙ୍ଘାନିଆଙ୍କଠୁ ନିଜ ନାତିକୁ ନେବାକୁ ଅପିଲ୍ କରିଥିଲେ ଅଞ୍ଜୁ ଦାବୀ। ଅତୁଲଙ୍କୁ ଆତ୍ମହତ୍ୟା କରିବାକୁ ନିକିତା ଉସୁକାଇଥିବାର ଆରୋପ ରହିଛି। ସେପଟେ କୋର୍ଟ ଶୁଣାଣୀ କରି କହିଛନ୍ତି, ମାଆ ପାଖରେ ହିଁ ପୁଅ ରହିବ। ଜେଜେମା ନାତିକୁ ନିଜ ହେପାଜତକୁ ନେଇପାରିବେନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now