କଣାସ ରେ ବେକାବୁ ଡାଇରିଆ। ଦୟାନଦୀର ତଳିଆ ଅଞ୍ଚଳ ଜାଗୁଳାଇପଦର, ନୂଆଗାଁ ଗଡିସାଗୋଦା ସଂକ୍ରମଣ ବ୍ୟାପୁଛି। ଦୁଇଦିନ ହେବ ଦୟାନଦୀର ଉପରମୁଣ୍ଡ ଅଞ୍ଚଳର ଦୋକନ୍ଦା ପଞ୍ଚାୟତ ସ୍ଥିତ ନୂଆଦୋକନ୍ଦା ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗାଁରେ ସଚେତନତା ଅଭାବ ଯୋଗୁ ଲୋକେ ନଦୀ ପାଣି ବ୍ୟବହାର କରୁଛନ୍ତି। ଏବେ ସୁଦ୍ଧା ୧୫ରୁ ଉର୍ଦ୍ଧ୍ୱ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣାସ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରୁ ସ୍ଥାନାନ୍ତରିତ ହୋଇ ଭୁବନେଶ୍ବର ଓ ପୁରୀରେ ଚିକିତ୍ସିତ ହେଉଛନ୍ତି। ଗଡିଶାଗଦା ପଞ୍ଚାୟତର ନୂଆଁ ଗାଁ ଥିବା ନଦୀ ଘାଟକୁ ରେଡଜୋନ ଭାବରେ ଘୋଷଣା କରାଯାଇଛି l ଆଶା କର୍ମୀ ମାନେ ଗାଁ ଗାଁ ରେ ବୁଲି ଲୋକ ମାନଙ୍କୁ ନଦୀ ପାଣି ବ୍ୟବହାର ନ କରିବା ପାଇଁ ସଚେତନ କରାଉଛନ୍ତି l ପ୍ରତିଦିନ ୮ରୁ ୧୦ ଜଣ ଆକ୍ରାନ୍ତ କଣାସ ହସ୍ପିଟାଲ ଚିକିତ୍ସା ପାଇଁ ଆସୁଛନ୍ତି l ସେମାନଙ୍କ ମଧ୍ୟରୁ ଅନେକ ଚିକିତ୍ସା ହୋଇ ଘରକୁ ଫେରୁଥିବା ବେଳେ ଆଉ କିଛି ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି l ଗୁରୁତର ମାନଙ୍କୁ ପୁରୀ ଏବଂ ଭୁବନେଶ୍ବର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ୭ ଦିନ ମଧ୍ୟରେ ୧୪ ଜଣ ଆକ୍ରାନ୍ତ ଙ୍କୁ ପୁରୀ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି l ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ ମଧ୍ୟ ହୋଇଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now