ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ: ଦିଲ୍ଲୀର ଲରେନ୍ସ ରୋଡରେ ଭୟାବହ ଅଗ୍ନିକାଣ୍ଡ। ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଘଟଣା ସ୍ଥଳରେ ୨୬ଟି ଦମକଳ ବାହିନୀ ପହଞ୍ଚିଥିଲେ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଜୋରସୋର ପ୍ରଚେଷ୍ଟା ଜାରି ରଖିଛି। ଏହି ଘଟଣାରେ ବର୍ତ୍ତମାନ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ସୂଚନା ଅନୁଯାୟା, କାରଖାନାରେ ନିଆଁ ପ୍ରାୟ ସାଢେ ୯ଟାରେ ଲାଗିଛି। ଏହାର ତିନି ଦିନ ପୂର୍ବରୁ ଦିଲ୍ଲୀର ମାୟାପୁରୀ ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା।

ଘଟଣାସ୍ଥଳରେ ୨୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଗତ କିଛି ଦିନ ହେବ ଦିଲ୍ଲୀରେ ଅନେକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ଅନେକ ଲୋକ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜୀବନ୍ତ ଉଦ୍ଧାର ହୋଇଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *