ଗଣତନ୍ତ୍ର ଦିବସରେ ଚାଲିଚଲା ଛାତ୍ରଙ୍କ ଜୀବନ

ଦେଶ ପାଳୁଛି ଆଜି ୭୬ତମ ଗଣତନ୍ତ୍ର ଦିବସ। ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ଥିବା ବେଳେ କାନ୍ଦ ବୋବାଳି ରେ ଫାଟି ପଡୁଛି ଆଠଗଡ଼ ମେଡିକାଲ ପରିସର। ପ୍ୟାରେଡ ରେ ଯୋଗ ଦେବାପାଇଁ ଗଲା ବେଳେ ଡ଼ାଲା ଗାଡି ପଲ୍ଟି ଚାଲିଗଲା ଛାତ୍ର ଙ୍କ ଜୀବନ। ଗୁରୁତର ହେଲେ ୨୩ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ। ଏବେବି ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି କିଛି ଛାତ୍ର ଛାତ୍ରୀ।

ଆଜି ସକାଳୁ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରିପୁର ହାଇସ୍କୁଲ ରୁ ସରଣ୍ଡା ପଡିଆ  ଠାରେ ହେଉଥିବା ଜୋନ ସ୍ତରୀୟ ପ୍ୟାରେଡ ଗ୍ରାଉଣ୍ଡ ରେ ଯୋଗ ଦେବା ପାଇଁ ଯିବାବେଳେ ଘଟିଥିଲା ଦୁର୍ଘଟଣା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରଛାତ୍ରୀମାନଙ୍କୁ ଆଠଗଡ଼ ମେଡିକାଲ ରେ  ଭର୍ତ୍ତି କାଯାଇଥିଲା। ସେଥିମଧ୍ୟରୁ ପାଞ୍ଚ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ବାଟରେ ଯାଉଥିବା ସମୟରେ ସେହି ସ୍କୁଲ ର ଦଶମ ଶ୍ରେଣୀର  ଛାତ୍ର ସୌମ୍ୟ ରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏବେ ସୋମ୍ୟ ଙ୍କ ମୃତୁ କୁ ନେଇ ଖେଳି ଯାଇଛି ଗାଁ ରେ ଶୋକାକୁଳ ପରିବେଶ.ଉକ୍ତ ଜୋନ ସ୍ତରୀୟ ପ୍ୟାରେଡ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ.

ଅନ୍ୟପଟେ ସୌମ୍ୟ ଙ୍କ ମୃତ ଶରୀର ଆଠଗଡ଼ ରେ ପହଞ୍ଚିଲା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ଆଠଗଡ଼ ମେଡିକାଲ  ପରିସରରେ  ଉପ ଜିଲ୍ଲାପାଳ ଆଠଗଡ଼ ଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅତିରିକ୍ତ ଏସ୍ ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆହତ ଛାତ୍ରଛାତ୍ରୀମାନଙ୍କୁ କିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ମେଡିକାଲ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ବାଙ୍କୀ ପୋଲିସ ମାଳବିହାରୀପୁର ଗ୍ରାମ ରେ ପହଂଚି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଗ୍ରାମବାସୀ ଙ୍କୁ କରିଛି ଅନୁରୋଧ.ଏଭଳି ଛାତ୍ର ଛାତ୍ରୀ ମାନଙ୍କୁ ଏକ ପରିବା ବୁହା ଗାଡ଼ିରେ କିଭଳି ପଠାଗଲା ଯେଉଁଥି ପାଇଁ  ଆଜି ଏକ ବଡ଼ ଦୁର୍ଘଟଣା ଘଟିଲା ବୋଲି ସ୍କୁଲ କର୍ତ୍ତୁପକ୍ଷ କାଂହୁ ଚରଣ ସାହୁଙ୍କୁ ଦାୟୀ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ ଅନ୍ୟପଟେ ସାଂସଦ ଙ୍କ ପ୍ରତିନିଧି ଜୟନ୍ତ କୁମାର ବେଉରା.

ଏବେ ଦେଖିବାକୁ ବାକି ରହିଲା ପ୍ରଶାସନିକ ତଦନ୍ତ କେଉଁ ଦିଗରେ ଯାଉଛି. ଆଉ କାହା ର ଅବହେଳା ପାଇଁ ଆଜି ଘଟିଯାଇଛି ଏଭଳି ମର୍ମନ୍ତୁତ ସଡ଼କ ଦୁର୍ଘଟଣା. ଏହା ପାଇଁ କିଏ ଦାଈ.

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *