ଭଦ୍ରକରେ ତ୍ରିବେଣୀ ମେଳା ଆରମ୍ଭ

ହିନ୍ଦୁ ଧର୍ମରେ ତ୍ରିବେଣୀ ଅମାବାସ୍ୟାର ଗୁରୁତ୍ୱ ରହିଛି । ଏହି ଦିନ ବିଭିନ୍ନ ନଦୀ ଓ ସମୁଦ୍ର ରେ ସକାଳୁ ସ୍ନାନ କରି ସୂର୍ଯ୍ୟ ନାରାୟଣ ଙ୍କୁ ଜଳ ଅର୍ପଣ କଲେ ଗଙ୍ଗା ବୁଡ଼ର ପୁଣ୍ୟ ମିଳିବା ସହିତ ଶରୀର ରୋଗ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଭଦ୍ରକ ଭଣ୍ଡାରିପୋଖରୀ ରେ ପୂଣ୍ଣ୍ୟତୟା ବୈତରଣୀ କୂଳରେ ତ୍ରିବେଣୀ ମେଳା ଆରମ୍ଭ ହୋଇଛି।  ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ତାରିଣୀ ପୀଠ ରେ ଅନେକ ବର୍ଷ ଧରି ହୋଇ ଆସୁଥିବା ମହାଯଜ୍ଞ ସହ ତ୍ରିବେଣୀ ମେଳା ଆରମ୍ଭ ହୋଇଯାଇଛି । ଆସନ୍ତା ରବିବାର ପର୍ଯ୍ୟନ୍ତ ଏହି ମେଳା ମହା ସମାରୋହରେ ଚାଲିବ। ମା’ ଙ୍କ ଦିବ୍ୟ ଦର୍ଶନ ଏବଂ ଯଜ୍ଞ ର ଅଧାତ୍ମିକ ଅନୁଭୂତି ପାଇଁ ଘରେ ଘରେ ବନ୍ଧୁ ପରିଜନଙ୍କ ଭିଡ଼ ଲାଗି ରହିଛି । ଏହି ଅବସରରେ ମନ୍ଦିର କୁ ସୁସଜ୍ଜିତ କରାଯାଇଛି । ଯଜ୍ଞ ଅନୁଷ୍ଠାନ ମଧ୍ୟ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ।

ମହାଯଜ୍ଞ ର ପ୍ରଥମ କାର୍ଯ୍ୟ ଚଣ୍ଡୀପାଠ ରୁ ଆରମ୍ଭ ହୋଇଥିଲା ମନ୍ତ୍ରଧ୍ୱନି ରେ କମ୍ପିଉଠୁଥିଲା ସମଗ୍ର ପରିବେଶ । ଏହି ଅବସରରେ ମା’ ଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ମାନସିକ କଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ଦୂର ଦୁରାନ୍ତର ରୁ ଭକ୍ତଙ୍କ ସୁଅ ଛୁଟୁଛି। ସନ୍ଧ୍ୟା ଆଳତି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।

ତ୍ରିବେଣୀ ମେଳାରେ ବିଭିନ୍ନ ଦୋକାନ ବଜାର ସହ ପିଲାମାନଙ୍କୁ ଆକୃଷ୍ଟ କଲାପରି ଅନେକ ପସରା ମେଲିଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା କମିଟି ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ତା କରାଯାଇଛି ।

ମା ତାରିଣୀ ପୀଠ ରେ ଏହି ଯଜ୍ଞ ସମଗ୍ର ଅଂଚଳରେ ପବିତ୍ର ପରିବେଶ ସୃଷ୍ଟି କରିଛି । ଧାର୍ମିକ ଅନୁଷ୍ଠାନ ସହ ମେଳାର ଆୟୋଜନ ଲୋକଙ୍କୁ ବର୍ଷ ବର୍ଷ ଧରି ଆକର୍ଷିତ କରି ଆସିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *