ଏଲନ ମସ୍କଙ୍କ ବାବା ଏରୋଲ ମସ୍କ ମେମେକଏନ ଲଞ୍ଚ୍ କରିଛନ୍ତି। ଏଥିରୁ ୨ଶହ ମିଲିୟନ ଡଲାରର ଟାର୍ଗେଟ ରଖିଛନ୍ତି। ଲାଭକାରୀ ସଂସ୍ଥା ମସ୍କ ଇନଷ୍ଟିଚ୍ୟୁଟକୁ ସମର୍ଥନ ଲାଗି ୨ଶହ ମିଲିୟନ ଡଲାର ଅର୍ଥ ଯୋଗାଡ଼ ଲାଗି ଆରମ୍ଭ କରିଛନ୍ତି ଉଦ୍ୟମ। ମେମେକଏନକୁ ବଜାରକୁ ପ୍ରବେଶ କରି ନିଜର ଲକ୍ଷ୍ୟକୁ ଖୋଲି କହିଛନ୍ତି ଏରୋଲ ମସ୍କ। ଏହି ମେମେକଏନର ନାଁ ରହିଛି ମସକିଟ୍। ଡିସେମ୍ୱର ୧୨, ୨୦୨୪ରେ ମଧ୍ୟ ପୂର୍ବୀୟ କ୍ରିପ୍ଟୋକରେନ୍ସି କମ୍ପାନୀ ଜରିଆରେ ଏହାର ଶୁଭାରମ୍ଭ ଅତି ସନ୍ତର୍ପଣରେ ଚୁପଚାପ୍ କରାଯାଇଥିଲା। ସେତେବେଳେ ଟାର୍ଗେଟ ହାସଲ କରିବାକୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଜାନୁଆରୀ ୧୮ରେ ଟ୍ରମ୍ପ୍ ମେମେକଏନ୍ ଓ ୧୯ରେ ମେଲାନିଆ ଟୋକନ, ଦୁଇଟି କ୍ରିପ୍ଟୋକରେନ୍ସି ନେଟଓ୍ୱର୍କ ଏଣ୍ଟ୍ରି ମାରିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now