ଆମେରିକାରେ ପୁଣି ଏକ ଫ୍ଲାଇଟ କ୍ରାସ

ଆମେରିକାରେ ପୁଣି ଏକ ଫ୍ଲାଇଟ କ୍ରାସ ହୋଇଛି । ଛୋଟ ବିମାନ କ୍ରାସ ହେବା ପରେ ନିଆଁ ଲାଗିଯାଇଥିଲା । ଏହି ବିମାନଟି ପେନସିଲଭାନିଆର ଫିଲାଡେଫ୍ଲିଆରେ ଦୁର୍ଘଟଣା ହୋଇଛି ା ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସେମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।ସଂଧ୍ୟା ସମୟରେ ଏହି ବିମାନ ଦୁର୍ଘଟଣା ରୁସବେଲ୍ଟ ମାଲ୍ ନିକଟରେ ହୋଇଛି । କ୍ରାସ୍ ହୋଇଥିବା ଫ୍ଲାଇଟ୍ ଲିୟରଜେଟ୍-୫୫ର ଏୟାରକ୍ରଫ୍ଟ ଥିଲା । ଟ୍ୟାକ୍ସି ବିମାନଟି ସ୍ପ୍ରିଂଫିଲ୍ଡ ବ୍ରିଂସନ ନ୍ୟାସନାଲ ଏୟାରପୋର୍ଟରୁ ଯାଉଥିଲା । ବିମାନ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସହରର କିଛି ବିଲ୍ଡିଂ ଉପରେ ପଡ଼ିବା ପରେ ତୁରନ୍ତ ଜଳିଯାଇଥିଲା । ଏଥିରେ ୬ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *