ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର , ୨ମୃତ

ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତା ରେ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟର ଦୁର୍ଘଟଣା ରେ ଘଟଣାସ୍ଥଳରେ ଗୋଟିଏ ପରିବାର ର ସ୍ୱାମୀ ଚୈତନ୍ୟ ଶବର ଓ ସ୍ତ୍ରୀ ମମିତା ଶବର ଙ୍କ ମୃତ୍ୟୁ ଘଟିଥିଲା | ଇଟା ବୋଝେଇ କରି ଗୁଲୁମୁଣ୍ଡା ପାକା ନିକଟ ଇଟା ଫେକ୍ଟ୍ରିରୁ ଇଟା ବୋଝେଇ କରି ଗୁଣପୁର ଅଭିମୁଖ ଆସୁଥିଲା । ଘଟଣା ସ୍ଥଳରେ  ଟ୍ରାକ୍ଟର ରେ ଡ୍ରାଇଭର ସହ ୬ ଜଣ ଥିଲେ। ଛଅ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତର ମଧ୍ଯ ରୁ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ  ଶ୍ରମିକ ଓମ୍ପ୍ରରା ଗାଁ ର ବୋଲି ଜଣା ପଡିଛି । ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *