ବିଇଏମସି କାର୍ଯ୍ୟଳୟରୁ ଚୋରି କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସ୍ୱାସ୍ଥ୍ୟ ବିଭାଗ କୋଠରୀରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ଅଭିଯୋଗ । ଚୋରି କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ । ବିଇଏମସିର ସ୍ୱାସ୍ଥ୍ୟ ବିଭାଗର କୋଠାରୀକୁ ଅଧିକାରୀ ଆସି ଦେଖିଲା ବେଳକୁ କୋଠରୀର କବାଟ ବାହାର ପଟୁ ଭଙ୍ଗାଯାଇଥିଲା । କାଗଜପତ୍ର ବି ଛାଡ଼ି ହୋଇପଡ଼ିଥିଲା । ଏହାକୁ ନେଇ ବିଇଏମସି ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଟାଉନ ଥାନା ପୋଲିସ ଆଜି ବିଇଏମସି କାର୍ଯ୍ୟାଳୟର ସ୍ୱାସ୍ଥ୍ୟ ବିଭାଗରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ କେଉଁ ସବୁ କାଗଜପତ୍ର ଚୋରି ହୋଇଛି ଏନେଇ ପଚାରି ବୁଝିଥିଲେ । ମଙ୍ଗଳବାର ଭୋର ୪ଟାରେ ଜଣେ ଯୁବକ ସ୍ୱାସ୍ଥ୍ୟ ବିଭାଗର କୋଠରୀରେ ପ୍ରବେଶ କରି କାଗଜପତ୍ର ଧରି ବାହାରୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ସମ୍ପୃକ୍ତ ଯୁବକ ଜଣକ କେଉଁ ସବୁ କାଗଜପତ୍ର ଚୋରି କରି ନେଇଛନ୍ତି ତାହା ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ  ଜଣାପଡ଼ିବ ବୋଲି ବିଇଏମସି କମିଶନର ସୂଚନା ଦେଇଛନ୍ତି ।

ତେବେ ବିଇଏମସିରେ ପ୍ରଥମ ଥର ଏଭଳି ଚୋରି ହୋଇଥିବାବେଳେ, କିଏ ଓ କାହିଁକି କେବଳ କାଗଜ ପତ୍ର ଚୋରି କରିବାକୁ ଆସିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଅତି ଗୁରୁତର ସହ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି।

ତେବେ କାହିଁକି ଓ କେଉଁଭଳି ପରିସ୍ଥିତିରେ ଚୋରି ହେଲା କୋଉ ସବୁ କାଗଜ ପତ୍ର ଚୋରି ହୋଇଛି ତାହା ସାମ୍ନା କୁ ଆଣିବାକୁ ଦାବି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *