ନିଶାମହରଣା ନୃତ୍ୟକୁ ନେଇ ଉତ୍ତେଜନା

ନିଶା ମହରଣାଙ୍କ ନୃତ୍ୟକୁ ନେଇ ଉତ୍ତେଜନା।  ଉଡିଲା ଚେୟାର, ଦର୍ଶକ ଛତ୍ରଭଙ୍ଗ । ଦୁଇ ଗୁରୁତର, ନୃତ୍ୟ ଆରମ୍ଭରୁ ଯାତ୍ରା ବନ୍ଦ।ଆଇଟମ ର୍ଗାଲ ନିଶା ମହରଣା ଙ୍କ  ନୃତ୍ୟକୁ ନେଇ  ଗଣ୍ଡଗୋଳରେ । ଦୁଇଜଣ ଗୁରୁତର ହୋଇ ନିଶ୍ଚନ୍ତ କୋଇଲି ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଉକ୍ତ ରାତିରେ ଯାତ୍ରା  ଆରମ୍ଭରୁ ବନ୍ଦ ହୋଇଯାଇଛି ।ଧସ୍ତାଧସ୍ତି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ ସୁରକ୍ଷା ପାଇ ଗୋଟିଏ ସ୍ଥାନରେ ଏକ ହେବା ସହ ନିଶା ଭୟରେ ଅଧା ନୃତ୍ୟରୁ ପେଣ୍ଡାଲ ଛାଡି ପଳାଇଗଲା ପରେ ଟିକିଏ ଶାନ୍ତ ପଡିଲା ପରେ ଉପସ୍ଥିତ ଦର୍ଶକ ନାଟକ ନଦେଖି ନିରାଶ ହୋଇ ଅଧରାତିରେ ଘରକୁ ଫେରିଛନ୍ତି ।  ତେବେ ସ୍ଥାନୀୟ ପୋଲିସର ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ଘାଟିଛି।

ସୂଚନାଯୋଗ୍ୟ ଗରଦପୁର ଵ୍ଲକ ବିକୁଦାନଗରୀ ଥାନା ଅଧିନରେ ଥିବା  ପୁରାଣ ବର୍ଣିତ ଶୁକ ପରିଷଦ ଆଶ୍ରମ ବା ପ୍ରର୍ଯ୍ୟଟନ କ୍ଷେତ୍ର  କୁଦାନଗରୀ ଠାରେ ମାଘ ସପ୍ତମୀ ଠାରୁ ମାଘ ମେଳା ଅନୁଷ୍ଠିତ ହେଉଛି । ଏହି ମେଳାରେ ଶୁକ ପରିଷଦ ସାକୃତିକ ପରିଷଦ କୁଦାନଗରୀ ପକ୍ଷରୁ ଅପେରା  ସୂର୍ଣ୍ଣ ମହଲ ଯାତ୍ରା ପରିବେଷଣ ହେଉଥିଲା । ତେବେ ମେଳାର ଅପରପାର୍ଶ୍ବରେ ଅନ୍ୟ ଏକ କମିଟ ଯାତ୍ରା କରିବା ଯୋଗୁ ଶୁକ ପରିଷଦ କମିଟ ଅଧିକ ଦର୍ଶକ ହେବା ପାଇ ଆଇଟମ ର୍ଗାଲ ନିଶା ମହରଣା କୁ ଷ୍ଟେଜ ସୋ ପାଇ ଆଣିଥିଲେ । ହେଲେ ନିଶା ତାଙ୍କର  ନୃତ୍ଯ ଆରମ୍ଭ କରିବାର କିଛି ମୂହୁର୍ତ୍ତ ପରେ କିଛି ଦର୍ଶକ  ଠିଆ ହୋଇ ନୃତ୍ୟ ବନ୍ଦ ପାଇ କହିବା ସହ ହୋ ହାଲ୍ଲା କରିଥିଲେ ।

ସେପଟେ ଯାତ୍ରା କମିଟ  ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି ଧରିବା ରୁ ଉଭୟ ଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା ।  ହେଲେ ଏତିକିରେ ନୃତ୍ୟ ବନ୍ଦ କରୁଥିବା ଦର୍ଶକ ଶାନ୍ତ  ହୋଇ ନଥିଲେ । ତେବେ ପୂର୍ନବାର ନିଶା ତାଙ୍କର ନୃତ୍ୟ ଆରମ୍ଭ କରିବା କ୍ଷଣି ନୃତ୍ୟ ବନ୍ଦ କରୁଥିବା ଦର୍ଶକ ନିଶାଙ୍କ ଫୁଙ୍ଗୁଳା ଛାତି ଉପରକୁ ସିଗାରେଟ ଟାଣି ଫିଙ୍ଗିବା ଦ୍ବାରା ନିଶା ବାଧ୍ୟ ହୋଇ ପେଣ୍ଡାଲ ରୁ ଚାଲିଯାଇଥିଲେ । ଏହାପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ମଧ୍ୟରେ ମାରପିଟ  ହେବା ସହ ପେଣ୍ଡାଲ କ୍ଷତି ସହ ଚେୟାର ଭାଙ୍ଗିବା ଓ ଫୋଫଡା ଫୋପଡି ଦ୍ବାରା ଉକ୍ତ ଯାତ୍ରା ପଡିଆ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *