ସୁରକ୍ଷା କର୍ମୀଙ୍କ ମୃତଦେହ ଉଦ୍ଧାର, ରାସ୍ତା ଅବରୋଧ କଲେ ଗ୍ରାମବାସୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଯାରେଜ୍ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମ୍ଯ ଜଳଯୋଗାଣ ବିଭାଗର ସୁରକ୍ଷା କର୍ମୀ ଙ୍କ କ୍ଷତାକ୍ତ ମୃତଦେହ କାର୍ଯାଳୟ ଗେଟ୍ ସମ୍ମୁଖ ରୁ ଉଦ୍ଧାର ହୋଇଛି।  ପାନୀୟ ଜଳ ପ୍ରକଳ୍ପର ସୁରକ୍ଷା କର୍ମୀ ଥିଲେ ଶୁକଦେବ ସାହୁ।ଆନନ୍ଦପୁର ପୌରପରିଷଦ ୨ ନମ୍ୱର ୱାର୍ଡ଼ ପଦ୍ମପୁର ଗାଁରେ ଶୁକଦେବଙ୍କ ଘର । ସେ ପୁର୍ବରୁ ଆନନ୍ଦପୁର ପୌର ପରିଷଦର ଜଣେ କାଉନସିଲର ମଧ୍ଯ ଥିଲେ। ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ହେଲା ସେ ସିକ୍ୟୁରିଟି ସଂସ୍ଥାରେ କାମ କରିଆସୁଛନ୍ତି।ସେ ପ୍ରତିଦିନ ପରି ଗତ କାଲି ରାତି ୮ଟା ରେ ଡ୍ୟୁଟି କୁ ଆସିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଗେଟ ସମ୍ମୁଖରେ ପଡ଼ିଥିଲା। ତାଙ୍କ ମୁହଁରେ କ୍ଷତ ଥିବା ଓ ରକ୍ତ ବାହାରୁଥିବା କାରଣରୁ କେହି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଲୋକମାନେ ଆନନ୍ଦପୁର କରଞ୍ଜିଆ ରାସ୍ତାକୁ ଅବରୋଧ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *