ବିଧାନସଭାରେ ଓ୍ୱାଲଟିଅର୍ ଝଡ଼। ଗଲା ଫେବୃଆରୀ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ଓଡ଼ିଶା ବିରୋଧୀ। ରାଜନୈତିକ ବାଧ୍ୟବାଧକତା ଲାଗି ଆନ୍ଧ୍ରକୁ ଖୁସି କରିବାକୁ ଯାଇ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି ମୋଦି ସରକାର। ଇଷ୍ଟକୋଷ୍ଟ ଜୋନକୁ ବିକଳାଙ୍ଗ ଲାଗି ଷଡ଼ଯନ୍ତ୍ର କରିଛନ୍ତି କେନ୍ଦ୍ର ସରକାର। ଇଷ୍ଟକୋଷ୍ଟ ଜୋନ ଥିବା ଓ୍ୱାଲଟିଅର ଡିଭିଜନକୁ ଆନ୍ଧ୍ରର ନୂଆ ଜୋନରେ ସାମିଲ୍ କରିବାରୁ ବାର୍ଷିକ ୧୦ହଜାର କୋଟି ଟଙ୍କା ହରାଇବ ଓଡ଼ିଶା। ଓ୍ୱାଲଟିଅର ଥିଲା ବେଳେ ବାର୍ଷିକ ୨୫ରୁ ୩୦ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିଲା ଇଷ୍ଟକୋଷ୍ଟ। ରାଜ୍ୟ ଭିତ୍ତିକ ଜୋନ୍ ହୋଇପାରିବନି ବୋଲି କହୁଥିବା କେନ୍ଦ୍ର ପୁଣି ଆନ୍ଧ୍ର ଭିତ୍ତିକ କଲା କେମିତି। ତାହେଲେ ଓଡ଼ିଶା ଭିତ୍ତିକ ଜୋନ୍ କାହିଁକି ହେବନି ବୋଲି ଗର୍ଜିଛି ବିଜେଡି। ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡାର ରେଳ ଅଞ୍ଚଳ ଓଡ଼ିଶାର ବାହାର ଜୋନରେ ଅଛି। ସେମାନଙ୍କୁ ଓଡ଼ିଶା ଜୋନକୁ ଅଣାଯାଉ। ଆନ୍ଧ୍ର ଲାଗି ନିୟମ ଗୋଟେ, ଓଡିଶା ପାଇଁ ଆଉ ଗୋଟେ ନିୟମ କେମିତି ବୋଲି ପଚାରିଛି ବିଜେଡି।
ସେପଟେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଆନ୍ଧ୍ର ପୁନର୍ଗଠନ ବେଳେ ଓ୍ୱାଲଟିଅର ଡିଭିଜନ ନେଇଯିବାକୁ ସେତେବେଳେ କଂଗ୍ରେସ ସରକାର ଅମଳରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ବଦଳରେ ରାୟଗଡ଼ାରେ ଏକ ଡିଭିଜନ ଖୋଲାଯିବ। କୌଣସି ମତେ ଓଡ଼ିଶାର ସ୍ୱାର୍ଥହାନୀ ହେବାକୁ ଦିଆଯିବନି। ଯେହେତୁ ଓ୍ୱାଲଟିଅର ଡିଭିଜନରୁ ଅଧିକ ରାଜସ୍ୱ ଆସୁଛି, ସେ ଦୃଷ୍ଟିରୁ ବାହାର ଜୋନରେ ଥିବା ଓଡ଼ିଶାର ରେଳକ୍ଷେତ୍ରକୁ ଓଡ଼ିଶାରେ ମିଶାଇଦିଆଯିବା ପ୍ରସ୍ତାବ ସ୍ୱାଗତ ଯୋଗ୍ୟ। ଏହି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ରେଳବାଇ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖାର ପ୍ରତିବାଦ କରି ଗୃହରେ ଆଲୋଚନା ଲାଗି ଅଡ଼ି ବସିଥିଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର କ୍ୟାବିନେଟର ରିଜୋଲୁସନ ଚିରି ଫୋପାଡ଼ି ଦେଇଥିଲେ। ପୂର୍ବତଟ ରେଲଓ୍ୱେକୁ ଆନ୍ଧ୍ରକେ ମିଶାଇ ଦିଆଗଲା। କିନ୍ତୁ ଓଡ଼ିଶାର ୨୦ ବିଜେପି ସାଂସଦ ମୁକ ରହିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ପ୍ରତିନିଧିତ୍ୱ କରୁଥିଲେ ସୁଦ୍ଧା ଓଡ଼ିଶାର ସ୍ୱାର୍ଥକୁ ଆଖି ବୁଜିଦେଲେ। ଜବାବରେ ଟଙ୍କଧର ତ୍ରିପାଠୀ କହିଥିଲେ, ଓଡ଼ିଶାର ମାନ, ସମ୍ମାନ ଓ ସ୍ୱାଭିମାନକୁ ବନ୍ଧା ପକାଇଦେଇଥିଲା ବିଜେଡି ଦଳ। ରାୟଗଡ଼ା ଡିଭିଜନ ଲାଗି ୧୦୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ରେଳ ବଜେଟରେ ଓଡ଼ିଶାକୁ ଡବଲ ଇଞ୍ଜିନ୍ ସରକାର ବିପୁଳ ଅର୍ଥ ଦେଇଛନ୍ତି। ବିଜେଡି ସରକାର ଅମଳରେ ମୁହଁରେ ତୁଣ୍ଡି ବାନ୍ଧି କ୍ରୀତଦାସ ସାଜିଥିବା ସଦସ୍ୟଙ୍କ ପରାମର୍ଶ ଲୋଡ଼ା ନାହିଁ।
ଗୃହରେ ଓ୍ୱାଲଟିଅର ଝଡ଼ ବେଶ୍ ତୁମ୍ୱିତୋଫାନ ସୃଷ୍ଟି କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now