ଓୟୋର ବିଜ୍ଞାପନକୁ ନେଇ ବୋବାଲ୍। ଭଗବାନ ସବୁଠି ଅଛନ୍ତି। ଓୟୋରେ ବି ଅଛନ୍ତି। ଏଭଳି ବିଜ୍ଞାପନକୁ ନେଇ ଚାରିଆଡ଼େ ଆପତ୍ତି ଓ ପ୍ରତିବାଦର ସ୍ୱର ଉଠିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ ନେଇ ୟୁଜର୍ସ କଡ଼ା ନିନ୍ଦା କରିବା ସହ ଏଭଳି ଆଇଡିଆ କେଉଁଠୁ ଆସୁଛି କହି କଟାକ୍ଷ କରିଛନ୍ତି। ଓୟୋ କେମିତି ନିଜକୁ ଭଗବାନଙ୍କ ସହ ତୁଳନା କରୁଛି କହି ଅଙ୍ଗୁଳି ଉଠାଇଛନ୍ତି। ଏକ୍ସରେ ବୟକଟ୍ ଓୟୋ ଟ୍ରେଣ୍ଡ କରିଥିଲା। ଓୟୋ ଦେଇଥିବା ଏହି ବିଜ୍ଞାପନ ବିଭିନ୍ନ ଖବରକାଗଜର ମୁଖ୍ୟ ପୃଷ୍ଠାରେ ଫୁଲ୍ ପେଜ୍ ଦିଆଯାଇଥିଲା। ବିଜ୍ଞାପନରେ ଦର୍ଶାଯାଇଥିଲା ଯେ, ଆଜମେର, ବାରାଣସୀ, ପ୍ରୟାଗରାଜ, ଅମୃତସର, ହରିଦ୍ୱାର, ମଥୁରା, ନାସିକ, ପୁରୀ, ଶିରିଡ଼ି, ତିରୁପତି, ଉଜୈନ ଓ ଭାରତର ଅନେକ ଧାର୍ମିକସ୍ଥଳରେ ଓୟୋ ଅଛି। ଏହାକୁ ନେଇ ବିଭିନ୍ନ ଧାର୍ମିକ ସଂଗଠନ ଓୟୋକୁ ଚେତାବନୀ ଦେଇଥିଲେ। ଏହା ସନାତନ ଧର୍ମ ପ୍ରତି କୁଠାରଘାତ କରୁଥିବା କହି ତୁରନ୍ତ ଏହାକୁ ପ୍ରତ୍ୟାହାର ଲାଗି ତାଗିଦ୍ କରିଥିଲେ। ଶେଷରେ ଚାରିଆଡ଼ୁ ଚାପ ପରେ ଓୟୋ କମ୍ପାନୀ କର୍ତ୍ତୃପକ୍ଷ କ୍ଷମା ମାଗିବା ସହ ଧାର୍ମିକ ପର୍ଯ୍ୟଟନକୁ ପ୍ରଚାରପ୍ରସାର ପାଇଁ ଏଭଳି ବିଜ୍ଞାପନ ଦେବା ଉଦେଶ୍ୟ ଥିଲା ବୋଲି କହିଛନ୍ତି। କୌଣସି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଉଦ୍ଦେଶ୍ୟ ନାହିଁ। ଭାରତର ବିବିଧତା ଆସ୍ଥାକୁ ସମ୍ମାନ କରେ ଓୟୋ। ଓୟୋ ଚଳିତବର୍ଷ ଶେଷ ସୁଦ୍ଧା ୧୨ଟି ପ୍ରମୁଖ ତୀର୍ଥସ୍ଥଳରେ ୫ଶହ ହୋଟେଲ କରିବାକୁ ଯୋଜନା ରଖିଛି। ଭାରତର ବ୍ରାଣ୍ଡ୍ ହେତୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ନିରାପଦ, ଆରାମଦାୟକ ଯାତ୍ରା ଓ ରହଣୀକୁ ନେଇ ସେବା ଦେବାରେ ସମର୍ପିତ ବୋଲି ଓୟୋ ସ୍ପଷ୍ଟିକରଣ ଦେବା ପରେ ବିବାଦ ଥମିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now