ବିଧାୟକ ଶଶି ଭୂଷଣଙ୍କ କୁଶ ପୁତଳିକା ଦାହ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ବିଜେପି ଶାଖା ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କର କୁଶ ପୁତଳିକା ଦାହ କରିବା ସହିତ ତାଙ୍କୁ ଗିରଫ କରିବା ପାଇଁ ସ୍ଲୋଗାନ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ନିଜ ପୁତ୍ରବୋହୁ ରୋନାଲୀ ବେହେରାଙ୍କୁ ପରିବାର ସହ ମିଶି ନିର୍ଯ୍ୟାତନା ଦେଉଥିବାର ବାଙ୍କୀ ଥାନାରେ ଏତଲା ହେବା ପରେ ଓ ବିଭିନ୍ନ ଗଣ ମାଧ୍ୟମରେ ଏ ବିଷୟ ପ୍ରକାଶ ପାଇବା ପରେ ଏହାକୁ ବିଜେପି ତରଫରୁ ବିରୋଧ କରି କୁଶ ପୁତଳିକା ଦାହ କରାଯାଇଛି । ମଙ୍ଗଳବାର ସଂନ୍ଧ୍ୟା ସମୟରେ ତିନିମୁହାଣୀ ନିକଟରେ କୁଶ ପୁତଳିକା ଦାହ କରା ଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ର୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନ ସ୍ଲୋଗାନ ଦେଉଥିବା ବେଳେ ନବ ବଧୂକୁ ନିର୍ଯ୍ୟାତନା ଦେବା ଏକ ଘୋର ଅପରାଧ ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇ ତାଙ୍କର ଇସ୍ତଫା ଦାବି କରାଯାଇଛି । ଏହି କୁଶ ପୁତଳିକା ଦାହ ସମୟରେ ବରିଷ୍ଠ ବିଜେପି ନେତା ସୁନାକର ବେହେରା, ଅଭିମନ୍ୟୁ ଗୋଛାୟତ, ଅନୁପ ପରିଡା, ଶଶାଙ୍କ ଶେଖର ଓଝା, ନେହେରୁ ସାହୁ, ପ୍ରଶାନ୍ତ ସେଠୀ, ମଦନ ବେହେରା, ଅମିତାବ ସୁଆର, ପ୍ରିୟଦର୍ଶନୀ ନନ୍ଦ, ଝିଲ୍ଲୀ ଦାସ, ନମିତା ଭୋଳ, ନୃପତି ମଲିକ ପ୍ରମୁଖ ବହୁ ମହିଳା କର୍ମୀ ମାନେ ଏହି କୁଶ ପୁତଳିକା ଦାହ ସମୟରେ ଉପସ୍ଥିତ ରହି ନାରା ଦେଇଥିଲେ ।

Leave a Reply

Your email address will not be published. Required fields are marked *