ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯିବ-ମୋଦି

୧୧୯ ତମ ମନ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି । ପ୍ୟାରିସ୍‌ରେ ଏଆଇକୁ ନେଇ ଭାରତକୁ ଅନେକ ପ୍ରଶଂସା ମିଳୁଛି ବୋଲି ଦେଶବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି ମୋଦୀ । ଏଥିସହ ଚଳିତବର୍ଷ ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ମୋଦୀ ।ମନ କୀ ବାତ୍ କାର୍ଯ୍ୟକ୍ରମରେ ଇସ୍ରୋର ୧୦୦ତମ ପ୍ରକ୍ଷେପଣର ସଫଳତା ବିଷୟରେ ଉଲ୍ଲେଖ କରି ଏହାକୁ ଭାରତର ମହାକାଶ ବିଜ୍ଞାନରେ ଏକ ପ୍ରମୁଖ ସଫଳତା ବୋଲି କହିଥିଲେ। ଏହା କେବଳ ଏକ ସଂଖ୍ୟା ନୁହେଁ ବରଂ ଏହା ମହାକାଶ ବିଜ୍ଞାନରେ ଭାରତକୁ ନୂତନ ଶିଖର ଛୁଇଁବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଇସ୍ରୋ ଏପର୍ଯ୍ୟନ୍ତ ୪୬୦ ଟି ସାଟେଲାଇଟ୍ ପ୍ରକ୍ଷେପଣ କରିସାରିଛି, ଯେଉଁଥିରେ ଅନ୍ୟ ଦେଶ ମାନଙ୍କର ସାଟେଲାଇଟ୍ ମଧ୍ୟ ଅନ୍ତର୍ଭୁକ୍ତ। କାର୍ଯ୍ୟକ୍ରମରେ ମୋଦୀ ଇସ୍ରୋର ସଫଳତାରେ ସାମିଲ ଥିବା ମହିଳା ଶକ୍ତିର ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାକାଶ କ୍ଷେତ୍ର ହେଉ କିମ୍ବା ଏଆଇ, ଭାରତର ଯୁବପିଢ଼ି ଉଭୟ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛନ୍ତି ଏବଂ ନୂତନ ଶିଖର ଛୁଇଁଛନ୍ତି। ଏଆଇକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଭାବେ ବିବେଚନା କରି, ମୋଦୀ ଏହା ଉପରେ ଗୁରୁତ୍ୱାରୋପ କରି ଯୁବପିଢ଼ିଙ୍କୁ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି । ସେହିପରି ଆସନ୍ତା ମାର୍ଚ୍ଚ ୮ରେ ହେବାକୁ ଥିବା ଅନ୍ତର୍ଜାତୀୟ ମହିଳା ଦିବସ ବିଷୟରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ, ଭାରତୀୟ ପରମ୍ପରାରେ ଝିଅମାନଙ୍କୁ ସମ୍ମାନ ସବୁଠାରୁ ଉପରେ । ସେମାନଙ୍କୁ ଦେବୀ ଆଖ୍ୟା ମଧ୍ୟ ଦିଆଯାଏ । ସମ୍ବିଧାନ ସଭା ସଦସ୍ୟ ହଂସା ମେହେତାଙ୍କ ବିଷୟରେ ଉଲ୍ଲେଖ କରିବା ସହ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାକାଶ କ୍ଷେତ୍ର ହେଉ କିମ୍ବା ଏଆଇ, ଭାରତର ଯୁବପିଢ଼ି ଉଭୟ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛନ୍ତି ଏବଂ ନୂତନ ଶିଖର ଛୁଇଁଛନ୍ତି। ଏଆଇକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଭାବେ ବିବେଚନା କରି, ମୋଦୀ ଏହା ଉପରେ ଗୁରୁତ୍ୱାରୋପ କରି ଯୁବପିଢ଼ିଙ୍କୁ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି । ସେହିପରି ଆସନ୍ତା ମାର୍ଚ୍ଚ ୮ରେ ହେବାକୁ ଥିବା ଅନ୍ତର୍ଜାତୀୟ ମହିଳା ଦିବସ ବିଷୟରେ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ, ଭାରତୀୟ ପରମ୍ପରାରେ ଝିଅମାନଙ୍କୁ ସମ୍ମାନ ସବୁଠାରୁ ଉପରେ । ସେମାନଙ୍କୁ ଦେବୀ ଆଖ୍ୟା ମଧ୍ୟ ଦିଆଯାଏ । ସମ୍ବିଧାନ ସଭା ସଦସ୍ୟ ହଂସା ମେହେତାଙ୍କ ବିଷୟରେ ଉଲ୍ଲେଖ କରିବା ସହ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଆଗାମୀ ଜାତୀୟ ବିଜ୍ଞାନ ଦିବସ ପାଳନ କରିବା ବିଷୟରେ ଆଲୋଚନା କରିବା ସହ ଯୁବପିଢ଼ିଙ୍କୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଆଗ୍ରହୀ ହେବାକୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି, ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଗତି ବିଶ୍ୱ ପାଇଁ ପ୍ରେରଣାଦାୟକ, ଏବଂ ଏଥିରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *