କିଟ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଥମୁନି ରାଜନୀତି। ପୂର୍ବ ସରକାର ଉପରେ ପ୍ରଶ୍ନ ଉଠାଇଲା ବିଜେପି। ଅଗ୍ରଣୀ ପ୍ରତିଷ୍ଠାନ କରିବେ ବୋଲି କଣ ବେଆଇନ୍ ନିର୍ମାଣ କରିବେ। ଜଙ୍ଗଲ ଜମିରେ ନିର୍ମାଣ, ବିନା approval ରେ ନିର୍ମାଣକୁ ସରକାର ବରଦାସ୍ତ କରିବେ ନାହିଁ। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜେଡ଼ିର ସାଂସଦ ଥିଲେ। ସେଥିପାଇଁ ବିଜେଡ଼ି ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲା। ଦୋଷୀ ଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଜେପି ବିଧାୟକ ସରୋଜ ପାଢି କହିଛନ୍ତି।
ସେପଟେ ବିଜେଡ଼ି କହିଛି, କିଟ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ନେପାଳ ସହିତ ଭାରତର ସୁସମ୍ପର୍କ। କିନ୍ତୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ଷ୍ଟେସନରେରେ ଛାଡିବା ଦ୍ଵାରା ଭାବମୂର୍ତ୍ତୀ କ୍ଷୁର୍ଣ୍ଣ ହେଲା। ଜଙ୍ଗଲ ଜମିରେ ଯଦି ବେଆଇନ ନିର୍ମାଣ ହୋଇଛି ତାହାଲେ ତଦନ୍ତ ହେଉ। ବିଜେଡ଼ି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କୁ ଅହେତୁକ ଅନୁକମ୍ପା ଦିଆଯାଇଛି କହିବା ଠିକ୍ ହେବନି ବୋଲି ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି। ଅନ୍ୟପଟେ କିଟ ଜମି ଦୁର୍ନୀତି ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ସରକାର ଗଠନ କରିଥିବା କମିଟି ର ତଦନ୍ତ ନେଇ ସନ୍ଦେହ ପ୍ରକଟ କଲେ ତାରା। ବିଜେପିର କେନ୍ଦ୍ରୀୟ ତୁଙ୍ଗ ନେତା ପାଟି ଖୋଲୁ ନାହାନ୍ତି। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଲଢେଇ ଜାରି ରଖିଥିବା ବେଳେ କଂଗ୍ରେସ ଲଢେଇ ଜାରି ରଖିବ ବୋଲି କହିଛନ୍ତି ତାରା।
କିଟ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଘଟିବା ଦିନଠାରୁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଚିନ୍ତିତ ବୋଲି କହିଛି ବିଜେପି। ଯେଉଁମାନେ ଦୋଷୀ ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ପ୍ରଥମଥର ପାଇଁ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେଡି କିଟ ଘଟଣାରେ ଯେପରି ଦୋମୁହାଁ ନୀତି ଅପଣାଉଛି। ଘଟଣାରେ କଂଗ୍ରେସ ମଧ୍ୟ ଦୋମୁହାଁ ନୀତି ଅବଲମ୍ବନ କରୁଛି। କଂଗ୍ରେସ ମଧ୍ୟ ଏହି ଘଟଣାରେ ଦୋମୁହାଁ ନୀତି ପଦାରେ ପଡିଛି। କଂଗ୍ରେସ ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ କିଟ ବିଶ୍ୱ ବିଦ୍ୟାଳୟକୁ ଛାଇ ଦେଇ ସୁରକ୍ଷା ଦେଉଛନ୍ତି ବୋଲି ଆରୋପ ଲଦିଛନ୍ତି ବିଧାୟକ ବାବୁ ସିଂ।
ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାରୁ ନେଇ ପିଲାଙ୍କ ସହ ଏଭଳି ଅଶୋଭନୀୟ ଓ ଅମାନବୀୟ ଆଚରଣ କେବଳ ରାଜ୍ୟକୁ ନୁହେଁ ବରଂ ପୁରା ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି। ।

Naxatra News is now on Whatsapp
Join and get latest news update delivered to you via whatsapp
Join Now