ଯାଜପୁରରେ ହୋଲି ପର୍ବ ପାଳନ

ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପଞ୍ଜିକା ଅନୁଯାୟୀ ହୋଲି ପର୍ବ ପାଳନ ହେଉଛି। ଚଳିତ ବର୍ଷ ବେଶ ଧୁମଧାମରେ ପାଳନ ହୋଇଥିଲା । ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି ଯାଜପୁରବାସୀ। କେମିକାଲ ରଙ୍ଗ ବଦଳରେ ପ୍ରାକୃତିକ ବା ହର୍ବାଲ ରଙ୍ଗ ବ୍ୟବହାର କରି ପରସ୍ପର ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ଯାଜପୁର ନିତ୍ୟ ଯୋଗ ସମିତି ପକ୍ଷରୁ ରଙ୍ଗର ପର୍ବ ହୋଲି ପାଳିତ ହୋଇଛି । ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଅବସରରେ ଦୈନିକ ଯୋଗ ଓ ପ୍ରାଣାୟମ ଶିବିର ସରିବା ପରେ ରଙ୍ଗ ଖେଳ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରସ୍ପରକୁ ଅଭିର ଲଗାଇ ମିଠା ଖୁଆଇ ହୋଲିର ଶୁଭ କାମନା ଜଣାଇବା ସହ ବେସ୍ ବେଶ ଧୁମଧାମରେ ପାଳନ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *