ପରଲୋକରେ ସାଉଥ ସିନେମାର ଖଳନାୟକ

ପରଲୋକରେ ସାଉଥ ସିନେମାର ଖଳନାୟକ | ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଆଜି ଦେହାନ୍ତ ହୋଇଛି | ୮୩ ବର୍ଷ ବୟସରେ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି | ତାଙ୍କ ଦେହାନ୍ତ ଖବର ପାଇଁ ସମଗ୍ର ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

ସୂଚନା ଅନୁଯାୟୀ, ଅଭିନେତା ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। କୋଟା ଶ୍ରୀନିବାସଙ୍କ ମୃତ୍ୟୁ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ‘ନିଜର ବହୁମୁଖୀ ଭୂମିକାରେ ନଜର ଆସି ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ। ତାଙ୍କ ଦେହାନ୍ତ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି।କୋଟା ଶ୍ରୀନିବାସ ରାଓ ଦକ୍ଷିଣ ଚଳଚ୍ଚିତ୍ରରେ ଏକ ଲୋକପ୍ରିୟ ନାମ ଥିଲେ। ୧୯୭୮ ମସିହାରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ପ୍ରାଣମ ଖରିଦୁ’। ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ ଏବଂ ତାଙ୍କ ୪୦ ବର୍ଷର ଦୀର୍ଘ କ୍ୟାରିଅରରେ ପ୍ରାୟ ୭୫୦ଟି ଚଳଚ୍ଚିତ୍ରରେ ଉତ୍କୃଷ୍ଟ କାମ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *