ଆସନ୍ତାକାଲି ବାଲେଶ୍ୱର ବନ୍ଦ

ଆସନ୍ତା କାଲି ବାଲେଶ୍ବର ବନ୍ଦ। ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା କାଲି ବିଜେଡି ପକ୍ଷରୁ ଆଠ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ଦିଆଯାଇଛି। ସକାଳ ଛଅଟାଠାରୁ ମଧ୍ୟାହ୍ନ ଦୁଇଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହି ସମୟରେ ଜରୁରୀ ସେବା ଚାଲୁ ରହିବ। ମାତ୍ର ବନ୍ଦ ସମୟରେ ଦୋକାନ ବଜାର, ଗାଡିମଟର, ବସ, ଟ୍ରେନ, ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ବିଜେଡି ସୂଚନା ଦେଇଛି। ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛି ବିଜେଡି। ଛାତ୍ରୀ ସୈ।ମ୍ୟାଶ୍ରୀ ଅଧ୍ୟାପକଙ୍କ ଅତ୍ୟାଚାର ସହି ନପାରି ନଥିଲେ। ଏ ବିଷୟରେ ମହାବିଦ୍ୟାଳୟ, ଥାନା, ସାଂସଦ ସମସ୍ତଙ୍କୁ ଜଣାଇଥିଲେ।ହେଲେ ତାଙ୍କୁ ନ୍ୟାୟ ମିଳିନଥିଲା।ଶେଷରେ ନ୍ୟାୟ ପାଇଁ ନିଜେ ନିଜକୁ ଜାଳିଦେଇଥିଲେ।ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କୋଠର କାର୍ଯ୍ୟନୁଷ୍ଠାନ ଦାବିରେ ଆସନ୍ତାକାଲି ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *