ପ୍ରକୃତିର ସୁନ୍ଦରତା ଭିତରେ ପର୍ଯ୍ୟଟକ ବିନା ବିଘ୍ନରେ କରିବେ କାମ- ଭାରତର ପ୍ରଥମ ଡିଜିଟାଲ ନୋମାଡ୍ ଗାଁ

ଭାରତର ପ୍ରଥମ ଡିଜିଟାଲ ନୋମାଡ ଗାଁ ଭାବେ ୟାକଟେନ୍ ବିଧିବଦ୍ଧ ଘୋଷଣା ହେଲା। ସିକ୍କିମର ପାକୟୋଙ୍ଗ ଜିଲ୍ଲାରେ ପଡ଼ୁଛି ଏହି ଗାଁ। ନୋମାଡ ସିକ୍କିମ ପ୍ରୋଜେକ୍ଟ ଅନ୍ତର୍ଗତ ଏହି ଗାଁକୁ ନିରନ୍ତର ଓ ନିରବଛିନ୍ନ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇଛି। ଅଫିସରେ ଯେମିତି ଓ୍ୱାର୍କ ଫ୍ରମ ହୋମ୍ କରି ମସ୍ତି କରିବାକୁ ଚାହାନ୍ତି। ତାହେଲେ ସିକ୍କିମର ଏହି ଗାଁ ସବୁଠୁ ବେଷ୍ଟ। ଏହି ଗାଁରେ ପ୍ରକୃତିର ସୁନ୍ଦରତା ଭିତରେ କାମ କରିପାରିବେ। ଏଠାରେ ନା ଇଣ୍ଟରନେଟର କୌଣସି ସମସ୍ୟା ରହିବ ନା କୌଣସି ପ୍ରକାର କାମ କରିବାକୁ ଅନିଛା ପ୍ରକାଶ ପାଇବ। ବର୍ଷା ଓ ପବନରେ ବି ସୁରୁଖୁରୁରେ କାମ କରିପାରିବେ। କାମ ଅଟକିବନି। ହିମାଳୟ ପାଦଦେଶରେ ଥିବା ୟାକଟେନ ଗାଁରେ ଗୁଣାତ୍ମକ ଇଣ୍ଟରନେଟ ସେବା ରହିଛି। ଓ୍ୱାର୍କ ଫ୍ରମ୍ ହୋମ କରିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କୁ ଏହା ସବୁଠୁ ଭଲ ମଉକା ଅଟେ। ପୁରା ଗାଁରେ ଓ୍ୱାଇ-ଫାଇର ସୁବିଧା ଅଛି। ବିଜୁଳି ଚାଲିଗଲେ ବି ଚିନ୍ତା ନାହିଁ। ଇନଭର୍ଟରର ସୁବିଧା ରହିଛି। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ହେଉଛି, ଅଫ ସିଜିନରେ ବି ପର୍ଯ୍ୟଟକଙ୍କୁ କାମ କରିବାକୁ ଏହା ପ୍ରେରିତ କରିଥାଏ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ* ଏକ ପରିବାର, ଏକ ଉଦ୍ୟମୀ ଭିଜନ ଆଧାରରେ ଏହି ପ୍ରୋଜେକ୍ଟ ହୋଇଛି। ଅର୍ଥାତ୍ ଅଫ ସିଜିନରେ ବି ହୋମଷ୍ଟେ ମାଲିକଙ୍କ ଆୟର ଉତ୍ସ ସରିବନି। ଜାରି ରହିବ। ଓ୍ୱାର୍କ ଫ୍ରମ୍ ହିଲ୍ସ ଚାହୁଁଥିଲେ ଏହା ପର୍ଯ୍ୟଟକଙ୍କ ଲାଗି ଭଲ ଅନୁଭୂତି ରହିବ। ପ୍ରାଇମେରୀ ଇଣ୍ଟରନେଟ୍ ସହ ବ୍ୟାକଅପ ଇଣ୍ଟରନେଟ୍ ବି ଉପଲବ୍ଧ ରହିଛି। ଏ ଅଞ୍ଚଳ ପୁରା ପାହାଡ଼ିଆ। ବର୍ଷା ଓ ଭୂସ୍ଖଳନ ସ୍ୱାଭାବିକ। ଏ ପାଗରେ ଅପଟିକାଲ ଫାଇବର କେବୁଲ କଟିଯାଏ। ଏ ସମସ୍ୟାର ସମାଧାନ ଲାଗି ଇଣ୍ଟରନେଟ ଲିଂକକୁ ବ୍ୟାକଅପ ଜେନେରେଟରେ ଲଗାଯାଇଛି। ଏହି ପ୍ରୟାସ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ମଡେଲକୁ ପୁରା ନର୍ଥ-ଇଷ୍ଟରେ ଆପଣାଇବାକୁ କରାଯାଇଛି। ଏହି ଗାଁକୁ ପହଞ୍ଚିବା ବି ସହଜ। କାରଣ ପାକୟୋଙ୍ଗ ଏୟାରପୋର୍ଟ ପାଖରେ ଏହି ଗାଁ ରହିଛି। ସଡ଼କ ମାର୍ଗରେ ବି ଏହା ଯୋଡ଼ିହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *