ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପିଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ରାଜ୍ୟରେ ଗୋଟିଏ ମିନିଟ ପାଇଁ ନିରବ ପ୍ରାଥନା କରିଛି କଂଗ୍ରେସ ।ଉତ୍କଳ ବିଶ୍ଵବିଦ୍ୟାଳୟ ର ମୁଖ୍ୟ ଗେଟ ସମ୍ମୁଖରେ ପିସିସି ସଭାପତି ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି ।ପିସିସି ସଭାପତି କହିଛନ୍ତି ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାରକୁ ରୋକିବା ପାଇଁ ଜନ ଜାଗରଣ ର ଆବଶ୍ୟକତା ରହିଛି ।ସେହି କ୍ରମରେ ରାଜ୍ୟବାସୀ ଏବଂ ମହିଳାଙ୍କୁ ସଚେତନ କରିବାକୁ ଏହି ଦିବସ ପାଳନ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now