ନଭେମ୍ବର ୩୦ରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ହେବ ଶିଳ୍ପପତିଙ୍କ ପୁଞ୍ଜିନିବେଶର ନେଷ୍ଟ ଡେଷ୍ଟିନେସନ । ରାଜ୍ୟରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡ୍ ସୋ । ବିଭିନ୍ନ ରାଜ୍ୟର ରାଜଧାନୀକୁ ଗସ୍ତ କରିବ ଓଡ଼ିଶା ଟିମ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ , ଶିଳ୍ପ ସଚିବ , ଫିକ୍ସି ଇଣ୍ଡିଆ ସଦସ୍ୟ ପ୍ରମୁଖ ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ସୋ କରିବେ । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବ ମେକ୍ ଇନ୍ ଓଡ଼ିଶା କାର‌୍ୟ୍ୟକ୍ରମ । ୨୦୧୬ରୁ ଆରମ୍ଭ ହୋଇଥିବା ଏହି ମେକ୍ ଇନ୍ ଓଡ଼ିଶା କାର‌୍ୟ୍ୟକ୍ରମ ୨୦୧୮ରେ ଆରମ୍ଭ ହୋଇଥିଲା । କରୋନା ପାଇଁ ୨୦୨୦ରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏଥର କିନ୍ତୁ ଏହି କାର‌୍ୟ୍ୟକ୍ରମ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।
କିଭଳି ଓଡ଼ିଶାକୁ ସର୍ବାଧିକ ନିବେଶ ଆସିବ, ସେଥିପାଇଁ ରାଜ୍ୟସରକାରଙ୍କ ତରଫରୁ ପ୍ରଥମ ରୋଡ ସୋ ହେବାକୁ ଯାଉଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ସେଠାକାର ଚାମ୍ବର୍ସ ଅଫ କମର୍ସ ସହ ଆଲୋଚନା ସହ ବିଭିନ୍ନ ଶିଳ୍ପପତିଙ୍କ ସହ ହେବ ୱାନ ଟୁ ୱାନ୍ ଆଲୋଚନା । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉତ୍କୃଷ୍ଟ ବୋଲି ଶିଳ୍ପପତିଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇଦେବେ ସେ ସମ୍ପର୍କର୍ରେ ଅବଗତ କରାଯିବ । ଏନେଇ ମନ୍ତ୍ରୀଙ୍କ ନେତୃତ୍ୱରେ ଜୁଲାଇ ୧୮ରେ ଗୁଜରାଟର ଅମହମ୍ମଦାବାଦରେ କାର‌୍ୟ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଢ଼ ଶହ ଲୋକ ସାମିଲ ହୋଇଥିବା ବେଳେ ୨୨ଜଣ ଶିଳ୍ପପତିଙ୍କ ସହ ୱାନ ଟୁ ୱାନ୍ ଆଲୋଚନା ହୋଇଥିଲା । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଗୁଜରାଟରୁ ଅଧିକ ପୁଞ୍ଜିପତି ନିବେଶ କରିବେ ବୋଲି ଆଶା ଥିବା କହିଛନ୍ତି ମନ୍ତ୍ରୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *