ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଳାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ସିଡିଏମଓ ଅଫିସ ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ । CDMOର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ରେଡ୍ ହୋଇଛି । ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ ଟିମ୍‌ର ଚଢାଉ ଜାରି ରଖିଛି ,କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ରହିଛି । ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରୁଛି । ସାହାଣୀଙ୍କ ଜୋବ୍ରା ନୂଆସାହି, କଟକ ସ୍ଥିତ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ ପୋଲଟ୍ରି ଫାର୍ମ, CDMO ଅଫିସ, କଟକସ୍ଥିତ ତାଙ୍କ ଅଫିସ ରୁମ, ତୁଳସୀପୁର, କଟକସ୍ଥିତ ଶ୍ୱଶୁର ଘର, କିଶୋରନଗର, କଟକସ୍ଥିତ ପୈତୃକ ଘରେ ତଲାସୀ ଜାରି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *