ସାରର କଳାବଜାରୀ ହେଉଛି । ସରକାରୀ ଦର ଠୁ ଅଧିକ ଦରରେ ବିକ୍ରି ହେଉଛି। ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡିବା ପରିବର୍ତ୍ତେ ବିରୋଧୀଙ୍କୁ ଦାୟୀ କରୁଛନ୍ତି ସମବାୟ ମନ୍ତ୍ରୀ। କଟା ଘା ରେ ଚୁନ ମାରିବା ଭଳି କଥା କହୁଛନ୍ତି କୃଷି ମନ୍ତ୍ରୀ। ସମବାୟ ବିଭାଗ ଓ କୃଷି ବିଭାଗ ଭିତରେ ଭିତରେ ଲଢେଇ ଚାଲିଛି। ଯାହାର ଫଳ ଭୋଗୁଛନ୍ତି ଚାଷୀ। ସାର ପାଇଁ ବିଗତ ଦିନରେ ଚାଷୀ କେବେ ରାଜରାସ୍ତାକୁ ଆସି ନଥିଲା। ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖି ବାସ୍ତବ ଚିତ୍ର ସାମ୍ନାକୁ ଆଣିବା ପରେ ସରକାର ଚେତିଛନ୍ତି। ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି। ସରକାର କହୁଛନ୍ତି କିଛି ସମସ୍ୟା ନାହିଁ,ଯଦି କିଛି ସମସ୍ୟା ନାହିଁ କି ଦୁର୍ନୀତି ନାହିଁ ଚାଷୀ କାହିଁକି ଆନ୍ଦୋଳନକୁ ଓହ୍ଲାଉଛନ୍ତି। କାହିଁକି କାରଣ ଦର୍ଶାଅ ନୋଟିସ ଜାରି କରାଯାଉଛି। ଡବଲ ଇଞ୍ଜିନ ବର୍ତ୍ତମାନ୍ ଟ୍ରାକ ବାହାରକୁ ଚାଲି ଯାଇଛି। ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରନ୍ତୁ ନଚେତ ବିଜେଡି ଆନ୍ଦୋଳନ କୁ ଓହ୍ଲାଇବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now