ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ଖେତୀଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ୨୦୨୧-୨୨ ରୁ ୨୦୨୪-୨୫ ପର୍ୟ୍ୟନ୍ତ ସେ ବିନିକା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ । ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୧୯/୨୦୨୫ ଅଭିଯୋଗ ଅନୁସାରେ ଶ୍ରୀ ଖେତୀ ବିନିକା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବାବେଳେ ସରକାରଙ୍କ ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ ଓ ବାଳିକା ହଷ୍ଟେଲ ବାବଦ ଅନୁଦାନ ୫୫ ଲକ୍ଷ ୨ ହଜାର ୬ ଶହ ୧୦ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରିଥିଲା । ପୂର୍ବରୁ ଶ୍ରୀ ଖେତୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବାବେଳେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ହାଜରା ଦେଉଥିଲେ । ଆଜି ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ତା ସହ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now