ବଢିବ ଇପିଏଫଓ!,ଆଜି ବସିବ ବୈଠକ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକ ଆଜି ହେବ । ଏହି ବୈଠକରେ ଅନେକ ପ୍ରସଙ୍ଗ ଆଲୋଚନା ହେବ।ପ୍ରଯୁକ୍ତି ଉନ୍ନତୀକରଣ ଠାରୁ ଆରମ୍ଭ କରି ନିବେଶ ଢାଞ୍ଚାକୁ ମଜଭୁତ ଆଦି ପ୍ରସଙ୍ଗ ବୈଠକର ଆଲୋଚନା କାର୍ଯ୍ୟସୂଚୀରେ ରହିଛି।କାର୍ଯ୍ୟସୂଚୀରେ ଯଦିଓ ସର୍ବନିମ୍ନ ପେନସନ୍ ବୃଦ୍ଧି ପ୍ରସଙ୍ଗ ନାହିଁ ତଥାପି ଏହି ପ୍ରସଙ୍ଗ ଅଣଆନୁଷ୍ଠାନିକଭାବେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଇପିଏଫ୍ଓ ସଦସ୍ୟଙ୍କ ସର୍ବନିମ୍ନ ପେନସନ୍ ରାଶି ବର୍ତ୍ତମାନ ୧୦୦୦ ଟଙ୍କା ରହିଛି। ୧୧ ବର୍ଷ ହେଲା ଏଥିରେ କୌଣସି ସଂଶୋଧନ କରାଯାଇ ନାହିଁ। ମହଙ୍ଗା ଯୁଗରେ ଏତେ କମ୍ ପେନସନ୍ରେ ଚଳିବା ସମ୍ଭବ ହେଉ ନଥିବାରୁ ବିଭିନ୍ନ ମହଲରେ ସର୍ବନିମ୍ନ ପେନସନ୍ ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି କରାଯାଉଛି। କିନ୍ତୁ ସରକାର ଏହାକୁ ୨୫୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ଆଶା ରଖାଯାଇଛି।

ଯଦି ସରକାର ଏହାର କିଛି ନିଶ୍ପତ୍ତି ନିଅନ୍ତେ ,ତାହେଲେ ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଆଗୁଆ ଦୀପାବଳି ଉପହାର ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *