ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୨ଜଣ କଲେଜ ଛାତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡା ରେ ଥିବା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ର ୨ ଜଣ ଛାତ୍ରୀ କ୍ଲାସ ସାରି ଘରକୁ ଫେରିବା ବାଟରେ କଲେଜ ଠାରୁ ଅନତି ଦୂରରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା । ଦୁର୍ଘଟଣା ରେ ଉଭୟ ଛାତ୍ରୀ ଚେତାଶୂନ୍ୟ ଅବସ୍ଥାରେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧର ପରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଛାତ୍ରୀ ଙ୍କ ମଧ୍ୟରୁ ଜଣେ ବେଲବାହାଳି ଗାଁର ଦୀପାଞ୍ଜଳି ସାହୁ ଓ ଅନ୍ୟ ଜଣକ ସିଆପଡା ଗାଁର ଅନ୍ନପୂର୍ଣ୍ଣା ପାତ୍ର। ଘଟଣା ପରେ କିଛି ସମୟ ମେଡିକାଲ ପରିସର ରେ ଉତ୍ତେଜନା ଲାଗି ରହିଥିବା ବେଳେ ଦୁର୍ଘଟଣା କୁ କେନ୍ଦ୍ରକରି ବେଲବାହାଳି ରେ ରାସ୍ତାରୋକ ଆରମ୍ଭ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now