ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ବିଧାନସଭାରେ ଶପଥ ନେବା ସମୟରେ ସପରିବାରର ଉପସ୍ଥିତିରେ ଜୟ ଶପଥ ଗ୍ରହଣ କରିଥିଲେ ।ସୂଚନାଥାଉ କି, ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ରେକର୍ଡ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।ଉପନିର୍ବାଚନରେ ଜୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ । ତାଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ୍ ମିଳିଥିଲା । ଘାସିରାମ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ଏବଂ ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେପ୍ଟେମ୍ବର ୮ ରେ ତତ୍କାଳୀନ ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ହୋଇଥିଲା । ଏହା ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଅକ୍ଟୋବର ୧୧ ତାରିଖରେ ରାଜେନ୍ଦ୍ରଙ୍କ ପୁଅ ଜୟ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now