ଓଡ଼ିଶା ଏବେ ବି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ । ରାଜ୍ୟ ସରକାର ଗତ ଦେଢ଼ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ନୂଆ ତଥ୍ୟ ଅନୁଯାୟୀ ଓଡ଼ିଶାରେ ସମୁଦ୍ର ଉପକୂଳ ୪୮୦ କି.ମିରୁ ବୃଦ୍ଧି ପାଇ ୫୭୫ କି.ମିରେ ପହଁଚିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ସୌର,ପବନ ଓ ଜଳ ଶକ୍ତିକୁ ଉପଯୋଗ କରି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରାଯିବ ବୋଲି ପୁରୀରେ ଆୟୋଜିତ ଦୁଇ ଦୁନିଆ ଗ୍ଲୋବାଲ ଏନର୍ଜି ମିଟରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀରେ ଆଜି ଠାରୁ ଦୁଇ ଦିନିଆ ଗ୍ଲୋବାଲ ଏନର୍ଜି ସବମିଟ୍ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,କେନ୍ଦ୍ର ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ଥାନ ଶକ୍ତି ମନ୍ତ୍ରୀ ହୀରାଲଲ ନାଗର, ଦିଲ୍ଲୀ ଶକ୍ତି ମନ୍ତ୍ରୀ ଆଶିଷ ସୁଡ, ରାଜ୍ୟ ସରକାରଙ୍କ ଶକ୍ତି ସଚିବ ବିଶାଲ ଦେବ, ଗ୍ଲୋବାଲ ଲିଡ ବରିଷ୍ଠ ଉପଦେଷ୍ଟା ଡୋମିନିକ ମୋଲୋୟ,ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ଓଡ଼ିଶାରେ ଏହି ମିଟ୍ ଆୟୋଜନ ହେବା ଗର୍ବର ବିଷୟ। କୋଣାର୍କ ହେଉଛି ପ୍ରକୃତି ,ବିଜ୍ଞାନ, ସୌର ଶକ୍ତିର ମୂଳ ଉତ୍ସ।ସେଠାରୁ ହିଁ ଏହି ଗ୍ଲୋବାଲ ମିଟ୍ ଆରମ୍ଭ ହୋଇଛି। ରାଜସ୍ଥାନର ପୂର୍ବ ଭାଗରେ ଏବେ ବାର୍ଷିକ ୩୨ ହଜାର ମେଗା ୱାଟ ସୌର ଶକ୍ତି ଉତ୍ପାଦିତ ହେଉଛି। ଆଉ ୪୦ ହଜ|ର ମେଗା ୱାଟ ସୌର ଶକ୍ତିର ଉତ୍ପାଦନ ଲକ୍ଷ। ଓଡ଼ିଶା ପାଇଁ ଏହି ଉଦାହରଣ ଲାଭଦାୟକ ହୋଇପାରିବ ବୋଲି ରାଜସ୍ଥାନ ଶକ୍ତି ମନ୍ତ୍ରୀ ହିରାଲାଲ ନାଗର ଏହି ସୂଚନା ଦେଇଥିଲେ। କେନ୍ଦ୍ର ଅକ୍ଷୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଏହି ଗ୍ଲୋବାଲ ମିଟ୍ ମହାପ୍ରଭୁଙ୍କ ଆର୍ଶୀବାଦରୁ ସଫଳ ହେବ। ଗୋଟିଏ ଟେରାୱଟ୍ ଉତ୍ପାଦନ ପାଇଁ 70 ବର୍ଷ ଲାଗିଥିଲା, କିନ୍ତୁ ଦୁଇବର୍ଷରେ ଆମେ 2000 ଜିଗାୱଟ୍ ଶକ୍ତି ଉତ୍ପାଦନ କରିପାରିଛୁ।ଅକ୍ଷୟ ଶକ୍ତି ଉତ୍ପାଦନରେ ଆମେ 5 ବର୍ଷ ଆଗୁଆ ଅଛୁ। ଓଡିଶା ଅକ୍ଷୟ ଶକ୍ତି ଓ ଗ୍ରୀନ୍ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ଅଗ୍ରଗତି କରିଛି। ଅକ୍ଷୟ ଶକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମ୍ବୋଧିତ କରି କହିଥିଲେ ଗତ 11 ବର୍ଷରେ ଭାରତ ବିକାଶ ଦିଗରେ ବହୁତ ଆଗେଇଛି। 2016 ପୂର୍ବରୁ ନିରନ୍ତର ବିଜୁଳି ଯୋଗାଇବା ଏକ ବଡ ଚାଲେଞ୍ଜ ଥିଲା। ଗ୍ରାମୀଣ କ୍ଷେତ୍ରରେ ଏହି ସମସ୍ୟା ଆହୁରି ଉତ୍କଟ ଥିଲା। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାର ଗତ ଦେଢବର୍ଷରେ ଶକ୍ତି କ୍ଷେତ୍ରରେ ଅନେକ ଯୋଜନା ହାତକୁ ନେଇଛନ୍ତି। ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କେବଳ ଶକ୍ତି ପାଇଁ 75 ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ରାଜ୍ୟରେ ପବନ ଓ ସୌର ଶକ୍ତିରୁ ଉତ୍ପାଦନ ଓ ଆବଣ୍ଟନ ପାଇଁ କାର୍ଯ୍ୟ କରାଯାଉଛି।ଓଡିଶାକୁ ଅକ୍ଷୟ ଶକ୍ତିର ହବ୍ ପାଇଁ ଖସଡା ହୋଇଛି। ସୋଲାର୍ ପ୍ୟାନେଲ ଲଗାଇ ଶକ୍ତି ଉତ୍ପାଦନ କିଭଳି ହେବ। ଗ୍ରୀନ୍ ଏନର୍ଜି ଉତ୍ପାଦନରେ ତାମିଲନାଡୁ ଓ ଗୁଜୁରାଟ ପରେ ତୃତୀୟ ସ୍ଥାନରେ ରହିବ ଓଡିଶା। ଏଠାରେ ବିସ୍ତୀର୍ଣ୍ଣ ବେଳାଭୂମି ଥିବାରୁ ଗ୍ରୀନ୍ ହାଇଡ୍ରୋଜେନ୍ ହବ ଉତ୍ପାଦନ ହୋଇପାରିବ। ଗୋପାଳପୁର ଓ ପାରାଦୀପ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନର ହବ୍ ହେବ।କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଏକ ଆନ୍ଦୋଳନରେ ପରିଣତ ହୋଇଛି।ଏପର୍ଯ୍ୟନ୍ତ ଭାରତରେ ୨୩ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।ଦେଶର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶକ୍ତି ଉତ୍ପାଦନ ୨.୮ ଜିଗା ୱାଟରୁ ବୃଦ୍ଧି ପାଇ ୧୮୦ ଜିଗା ୱାଟରେ ପହଁଚିଛି। ଦୁଇ ଦିନ ପରିବେଶ ଉପଯୋଗୀ ବିଦ୍ୟୁତ ବ୍ୟବହାର ଉପରେ ଆଲୋଚନା।ଓଡିଶା ଆଗାମୀ ଦିନରେ ମ୍ୟାନୁଫାକ୍ଚରିଂ ହବ୍ ହେବ।ଇନଭେଷ୍ଟମେଣ୍ଟ ପାଇଁ ଏହି ଏନର୍ଜି ମିଟ୍ ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now