ଚୀନି କହି ଛୁରୀ ଭୁଷିଦେଲେ। ମୁଁ ଭାରତୀୟ। ଯେତେ କହିଲେ ବି ଶୁଣିନଥିଲେ ଦୁର୍ବୁର୍ତ୍ତ। ଡେରାଡୁନରେ ତ୍ରିପୁରାର ଏମବିଏ ଛାତ୍ର ଏଞ୍ଜେଲ ଚକମାଙ୍କ ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ। ମୁଖ୍ୟ ଅଭିଯୁକ୍ତ ନେପାଳର ଜଜ୍ଞରାଜ ଅୱସ୍ତି। ସେ ହରିଦ୍ୱାରରେ ରହି ପଢ଼ୁଥିଲା। ମର୍ଡର ପରେ ମୁଖ୍ୟ ଅଭିଯୁକ୍ତ ନେପାଳ ଫେରାର୍ ହୋଇଯାଇଛି। ଏ ମାମଲାରେ ନେପାଳ ପୁଲିସର ସହଯୋଗ ମାଗିଛି ଉତ୍ତରାଖଣ୍ଡ ପୁଲିସ। ଏଯାଏଁ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଭିତରେ ଥିବା ଦୁଇ ନାବାଳକଙ୍କୁ ବାଳସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ଫେରାର ଅଭିଯୁକ୍ତଙ୍କୁ ଧରାଇଦେଲେ ୨୫ହଜାର ଟଙ୍କା ପୁରଷ୍କାର ଘୋଷଣା କରିଛି ପୁଲିସ। ପୁଲିସର ଏକ ଟିମ୍ ନେପାଳ ଯାଇଛି। ଚକମାଙ୍କ ମର୍ଡରକୁ ନେଇ ତ୍ରିପୁରାରୁ ଉତ୍ତରାଖଣ୍ଡ ଯାଏ, ହଙ୍ଗାମା ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ସରକାର ଏ ମାମଲାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଫୋନରେ ଚକମାଙ୍କ ପରିବାର ସହ କଥାଲ ହୋଇ କେବଳ ସାନ୍ତ୍ୱନା ଦେଇନାହାନ୍ତି। ବରଂ ଏଭଳି ଅରାଜକତତ୍ତ୍ୱ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ଲାଗି କଥା ଦେଇଛନ୍ତି। ଚକମାଙ୍କ ପିତା ଶବ ବ୍ୟବଛେଦ ରିପୋର୍ଟକୁ ନେଇ ପ୍ରଶ୍ନ କରିଛନ୍ତି। ତୁରନ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରି କଡ଼ା କାର୍ଯାନୁଷ୍ଠାନ ଲାଗି ଅନୁରୋଧ କରିଛନ୍ତି। ଚକମାଙ୍କ ପିତା ତରୁଣ ବିଏସଏଫରେ ମୁତୟନ ଥିଲେ। ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ସରକାର ଉପରେ ବର୍ଷିଛନ୍ତି। ରାତାରାତି ଏଭଳି ଘୃଣା ଆସେନା। ଦେଶର ଯୁବକଙ୍କ ଭିତରେ ନିଇତି ବିଷାକ୍ତ କଣ୍ଟେଟ୍ ଓ ଦାୟିତ୍ୱହୀନ କଥାକୁ ପୁରାଯାଉଛି। ଭାରତ ସମ୍ମାନ ଓ ଏକତା ଉପରେ ତିଆରି। ଗାଳିଗୁଲଜ ଉପରେ ନୁହେଁ। ଏଭଳି କାଣ୍ଡ ଭୟାନକ ଘୃଣାର ଅପରାଧ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ଏ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।
ଚକମାଙ୍କ ମୃତ୍ୟୁକୁ ନେଇ ସବୁଠି ଆକ୍ରୋଶ ଦେଖିବାକୁ ମିଳିଛି। ଡେରାଡୁନର ଅନେକ ସାମାଜିକ ସଂଗଠନ ଓ ନର୍ଥ-ଇଷ୍ଟ ଛାତ୍ର ସଂଗଠନ ମହମବତୀ ଶୋଭାଯାତ୍ରାରେ ବାହାରି ନ୍ୟାୟ ମାଗିଛନ୍ତି। ଚକମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅଭିଯୁକ୍ତମାନେ ମାଇକେଲ ଓ ତାଙ୍କ ଭାଇ ଆଞ୍ଜେଲଙ୍କ ସହ ଆଗ ମାଡ଼ପିଟ୍ କରିଥିଲେ। ପରେ ଆଞ୍ଜେଲଙ୍କ ପେଟ, ପିଠି ଓ ଅଣ୍ଟାରେ ଛୁରୀ ଭୁଷିଦେଇଥିଲେ। ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଆଞ୍ଜେଲଙ୍କ ମୃତ୍ୟୁ ହୋଇଛି। ୧୭ ଦିନ ଧରି ଜୀବନ ସହ ସଂଘର୍ଷ ପରେ ହାରିଯାଇଛନ୍ତି ଆଞ୍ଜେଲ୍। ଶନିବାର ଆଞ୍ଜେଲଙ୍କ ଶବ ଅଗରତାଲା ଅଣାଯାଇଥିଲା। କେମିତି ଦୁଇ ଭାଇଙ୍କୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା, ସେ କଥା କହିଛନ୍ତି ମାଇକେଲ୍।
ଚଳିତ ମାସ ୯ତାରିଖ ସଂଧ୍ୟାର ଘଟଣା। ଏଞ୍ଜେଲ ଓ ତାଙ୍କ ସାନ ଭାଇ ମାଇକେଲ ଡେରାଡୁନର ସେଲାକୁଇ ଏରିଆକୁ ରାସନ ଆଣିବାକୁ ବାହାରିଥିଲେ। ଦୁଇ ଭାଇଙ୍କୁ ୬ ଜଣିଆ ଗ୍ରୁପ ଅଟକାଇଥିଲା। ଆଉ ସେମାନଙ୍କ ବର୍ଣ୍ଣକୁ ନେଇ କମେଣ୍ଟ କରିଥିଲେ। ସେମାନଙ୍କୁ ଚାଇନା ବୋଲି କଟାକ୍ଷ କରିଥିଲେ। ସେ ଭାରତୀୟ। ଏହାକୁ ନେଇ କୌଣସି ପ୍ରମାଣ ଦେବାକୁ ପଡ଼ିବନି କହି କହିବାରୁ ବଚସା ଆରମ୍ଭ ହୋଇଥିଲା। ଆଉ ଆଞ୍ଜେଲଙ୍କୁ ଛୁରୀ ଭୁଷିଦେଲେ। ଏ ଘଟଣା ପୂର୍ବୋତ୍ତର ରାଜ୍ୟର ଗାରିମା, ସମ୍ମାନକୁ ଆଘାତ ଦେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now