ହୋଟେଲ ସୁରଜ ଯୁବକଙ୍କ ମୃତ୍ୟୁ ଘଟଣାର ଖୋଲିଲା ଗୁମର

ହୋଟେଲ ସୁରଜ ଯୁବକ ମୃତ୍ୟୁ ଘଟଣାର ଗୁମର ଖୋଲିଲା, ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲା ପୋଲିସ। ବାଲେଶ୍ବର ସହଦେବଖୁଣ୍ଟା ପୋଲିସ ଷ୍ଟେସନ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ସିଟି ଡିଏସପି।ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ସୁରଜ ହୋଟେଲ ରୁମ୍ ରୁ ଗତ ଶନିବାର ଦିନ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ଏହି ଘଟଣାକୁ ମୃତ ଯୁବକ ଙ୍କ ପତ୍ନି ହତ୍ୟା ଅଭିଯୋଗ ଆଣିଥିଲେ।ମୃତ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଅଞ୍ଚଳର ୨୫ ବର୍ଷୀୟ ଆକାଶ ମହାନ୍ତ। ହୋଟେଲ ସୁରଜ ର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ମୃତ ଯୁବକ ଓ ତାଙ୍କ ବନ୍ଧୁ ଙ୍କ ସହ ଜଣେ ମହିଳା ରହିଥିଲେ । ଦୁଇ ଦିନ ଧରି ରୁମ ନ ଖୋଲିବାରୁ ହୋଟେଲ କର୍ମଚାରୀ ସହଦେଵ ଖୁଣ୍ଟା ଥାନାରେ ଜଣାଇଥିଲେ।।
ଘଟଣା ସ୍ଥଳରେ ପରିବାର ଲୋକ ଙ୍କ ଉପସ୍ଥିତିରେ ସହଦେବାଖୁଣ୍ଟା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରିଥିଲା।
ଗିରଫ ଯୁବକ ରାମଚନ୍ଦ୍ର ସିଂ ମୃତ ଯୁବକ ଆକାଶଙ୍କ ସାଙ୍ଗ ଥିଲେ।ରାମଚନ୍ଦ୍ର ବିବାହିତ ଥିବାବେଳେ ସେହି ଗ୍ରାମର ଜେମାମଣି ନାମକ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ହତ୍ୟାର ଶିକାର ହୋଇଥିବା ଆକାଶ ନିଜ ସ୍ତ୍ରୀ ର ପରିଚୟ ପତ୍ର ଦେଖାଇ ହୋଟେଲ୍ ରୁମ ନ ୫୦୨ ବୁକ୍ କରିଥିଲେ।
ତିନି ଜଣ ମିଶି ପ୍ରଚୁର ମଦ୍ୟପାନ କରିଥିଲେ। ରାମଚନ୍ଦ୍ର ଓ ଜେମାମଣୀ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ଆକାଶ ଜେମାମଣି ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲା ସେତେବେଳେ ରାମଚନ୍ଦ୍ର ଓ ଜେମା ମଣି ଆକାଶକୁ ମାଡିବସି ହତ୍ୟା କରି ଫେରାର ହୋଇଯାଇ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *