ଶ୍ରୀମନ୍ଦିର ଧାଡ଼ି ଦର୍ଶନ structure ରେ ତ୍ରୁଟି ସାମ୍ନାକୁ ଆସିଛି । ଧାଡ଼ି ଦର୍ଶନ implement ସ୍ଥିତିକୁ ଗଲା ବେଳେ ସାମାନ୍ୟ ତ୍ରୁଟି ଦେଖା ଦେଲା । ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ । ଏହାପରେ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଲାଗୁ କରାଯିବ । ଏଥିପାଇଁ କାମ କରୁଥିବା ଏଜେନ୍ସି ମାନଙ୍କୁ କୁହାଯାଇଛି । ସେହି ତ୍ରୁଟିକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି । ଅଧାପନ୍ତରିଆ ଭାବେ କରି ପରେ ପୁଣି ଭୁଲ ତ୍ରୁଟି ବାହାରିଲେ ପୁଣି ସଜଡ଼ା ଯିବ, ସେମିତି କରାଯାଏ ନାହିଁ । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଧାଡ଼ି ଦର୍ଶନ ଚାଲୁ କରାଯିବ । ଲୋକଙ୍କର ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସୁରୁଖୁରୁ କରାଯିବ । ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଏହାସହ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ଦାବି ଥିଲା । ସେଥିପାଇଁ ମଧ୍ୟ ଯୋଜନା କରିବାକୁ ତର୍ଜମା ଚାଲିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now