ନୂଆପଡା ଜିଲ୍ଲା କେନ୍ଦୁବହାରା ପଞ୍ଚାୟତର ଗଦିନିପାଣି ଗାଁ ରେ ବାଘ ଆତଙ୍କ । ଯାହାକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ କିଛି ଲୋକ ନିଜ ଚାଷ ଜମିରେ କାମ ସାରି ଘରକୁ ଯାଉଥିବା ସମୟରେ ଏକ କଲରା ପତରିଆ ବାଘ ରାସ୍ତା ଉପରେ ବୁଲୁଥିବା ନଜରକୁ ଆସିଥିଲା । ବାଘକୁ ଦେଖି ଲୋକେ ଭୟଭୀତ ହୋଇଥିଲେ । ବନ ବିଭାଗ ଖବର ପାଇ ଲୋକେ ଏବଂ ବାଘ କିପରି ସୁରକ୍ଷିତ ରହିବ ସେ ଦିଗରେ ସଚେତନ କରିଥିଲେ । ତେଵେ ଗିଦିନୀପାଣି ଗାଁ ସୁନାବେଡା ଅଭୟାରଣ୍ୟକୁ ଲାଗି ରହିଥିବାରୁ ବାଘ ଆଖପାଖ ଅଞ୍ଚଳରେ ଚଳପ୍ରଚଳ କରିଥିବା ଅନୁମାନ କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now