village

  • ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ

    TAL-ELEPHANT IN VILLEGE_PKG.. WP

    ()ତାଳଚେର ବ୍ଲକର କଙ୍କିଳି , ଧରମପୁର ଓ ଆଖପାଖ ପାଞ୍ଚଖଣ୍ଡ  ଗାଁରେ ଉତ୍ପାତ କରୁଛନ୍ତି ହାତୀପଲ। ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହେଉଛି । ବିଭିନ୍ନ ଫସଲ ନଷ୍ଟ କରିବା ସହିତ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ୫୦ ଟିକିଆ ହାତୀ ପଲ୍ଲ। ସେପଟେ ହାତୀ ଘଉଡାଇବାକୁ ସଠିକ ପଦକ୍ଷେପ ବନବିଭାଗ ନେଉନଥିବା ଅଭିଯୋଗ ହୋଇଛି ।

    ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। ସଂନ୍ଧ୍ୟା ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ଅଞ୍ଚଳରେ । କେଉଁଠି ହାତୀପଲ ଘର ଭାଙ୍ଗି ଚାଉଳ ଖାଉଛନ୍ତି ତ ଆଉ କେଉଁଠି ଦୋକାନ ଘର ଭାଙ୍ଗି କଦଳୀ ଓ ଟମାଟୋ ଖାଉଛନ୍ତି । ଖାଲି ସେତିକି ନୁହେଁ ଗ୍ରାମର ଅନେକ ଲୋକଙ୍କ ପାଚେରୀ ଭାଙ୍ଗି କଦଳୀ ଗଛରୁ କଦଳୀ ଖାଇବା ସହ ପନିପରିବା ଚାଷକୁ ବି ନଷ୍ଟ କରୁଛନ୍ତି । ଧାନ ବିଲରେ ଫସଲ ନଷ୍ଟ କରୁଥିବାବେଳେ ସଞ୍ଚିତ ଧାନକୁ ଘରେ ପଶି ନଷ୍ଟ କରୁଛନ୍ତି । 

    ସେପଟେ ହାତୀ ଘଉଡାଇବାକୁ ସଠିକ ପଦକ୍ଷେପ ନେଉ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବନଅଧିକାରିଙ୍କୁ ଫୋନ କଲେ କୋଣସି ସୁଫଳ ମିଳୁନି । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ବଢିବା ସହ ଆଗାମୀ ଦିନରେ ବନ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରିବାକୁ ସଜବାଜ ହେଉଛନ୍ତି ଗ୍ରାମବାସୀ। ଅନ୍ୟପଟେ ହାତୀ ପଲଉପରେ ନଜର ରଖାଯିବା ସହ ଖୁବଶୀଘ୍ର ହାତୀ ଗୁଡିକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବନଅଧିକାରି କହିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହ ହାତୀ ଆସୁଥିବା ସ୍ଥାନ ଗୁଡିକରେ ସୋଲାର ସିଷ୍ଟମର ପ୍ରସ୍ଥାବ ଦିଆଯାଇଥିବା କହିଛନ୍ତି ବନବିଭାଗ ।

    ତେବେ ଜଙ୍ଗଲ ବିଭାଗର ସଠିକ ହାତୀ ପରିଚାଳନାରେ ବୁଝାବଣାର ଅଭାବ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ହାତୀପଲ।

    ପ୍ରଭାତ କୁମାର ପାଣିଙ୍କ ରିପୋର୍ଟ

  • ମୌଳିକ ସବୁଧା ସୁଯୋଗରୁ ବଞ୍ଚିତ ଏକ ଗାଁ

    ପିପିଲି: ନାହିଁ ନାହିଁରେ ପିପିଲି ବ୍ଲକ ସଂପୁର ପଞ୍ଚାୟତର ଗୋକନ ମଳିକ ସାହି । ଏହି ଗାଁରେ ରହୁଛନ୍ତି ୩୦ ରୁ ଅଧିକ ପରିବାର । ସ୍ବାଧୀନତାର ୭୫ ବର୍ଷ ପରେ ବି ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ । ନା ଅଛି ରାସ୍ତା ନା ମିଳୁଛୁ ପାନୀୟ ଜଳ, ଏମିତି କି ବିଦ୍ୟୁତ ଖୁଣ୍ଟ ଥିଲେ ବି ଘର ଅନ୍ଧାରରେ ସାହିବାସୀ । ବାରମ୍ୱାର ସରକାରଙ୍କୁ ଗୁହାରୀ କରିଲେ ମଧ୍ୟ ଫଳ ଶୂନ । ଯେମିତି ସରକାରଙ୍କ ଦୃଷ୍ଟି ଅଢୁଆଳରେ ରହି ଯାଇଛି ଏହି ଗାଁଟି ।

    ଗାଁରେ ରହୁଛନ୍ତି ୩୦ରୁ ଅଧିକ ପରିବାର । ସ୍ବାଧୀନତାର ୭୫ ବର୍ଷ ପରେ ବି ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ ହୋଇରହିଛି । ନା ଅଛି ଗାଁକୁ ଯିବା ପାଇଁ ଭଲ ରାସ୍ତା ନା ମିଳୁଛି ଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ ଖୁଣ୍ଟ ଅଛି କିନ୍ତୁ ଘର ଅନ୍ଧାର, ଝାଟିମାଟି ଘରେ ରହୁଛନ୍ତି, କିନ୍ତୁ ଲୋକଙ୍କୁ ମିଳୁନି ଆବାସ ଯୋଜନା । ଫନି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ମିଳିନି କ୍ଷତିପୂରଣ । ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ କେନାଲ ରାସ୍ତାରେ ଯିବା ଆସିବା କରନ୍ତି ଗାଁଲୋକେ ।ବର୍ଷା ହେଲେ ପିଲାଙ୍କ ପାଠ ପଢା ବନ୍ଦ। ଏମିତି କି ଆମ୍ୱୁଲାନ୍ସ ମଧ୍ୟ ଯାଇପାରୁନି ସାହି ଭିତରକୁ । ଫଳରେ ରୋଗୀମାନେ ମଧ୍ୟ ହଇରାଣ ହୋଇଥାନ୍ତି । ବଜାର ଘାଟ କିମ୍ବା ଓୌଷଧ ଆଣିବା ପାଇଁ ପାଞ୍ଚ କିଲୋମିଟର ରାସ୍ତା ବୁଲି କି ଯିବାକୁ ପଡୁଛି । ସମସ୍ୟାର ଗନ୍ତାଘର ସଂପୁର ପଞ୍ଚାୟତ, ଆଉ ସରାକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗାଁଟି। ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଗୁହାରୀ କରିଲେ ମଧ୍ୟ ଫଳ ଶୂନ ଥିବା ଗ୍ରାମବାସୀ ଅଭିଯୋଗ କରନ୍ତି।

    ଏହି ସବୁ ସମସ୍ୟା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଗାଁଲୋକେ। ହେଲେ କେହି ବି ଶୁଣୁ ନାହାନ୍ତି ସେମାନଙ୍କ କଥା । ଏସମ୍ପର୍କରେ ସରପଞ୍ଚଙ୍କୁ ପଚାରିବା ତାଙ୍କ  ପ୍ରତିକ୍ରିୟା କି, ବିଧାୟକ ଏ ସମସ୍ୟା ସମ୍ପର୍କରେ  ପୂର୍ବରୁ ଅବଗତ ଅଛନ୍ତି । ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି  ସମସ୍ୟା ସମାଧାନ କରାଯିବ। ଅନ୍ୟପଟେ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବିଧାୟକ । ଏବେ ଦେଖିବାକୁ ବାକି ରହିଲା କେବେ ଏହି ଗ୍ରାମବାସୀଙ୍କ ଦୁଃଖ ଦୂର ହେବ।

    ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ

  • ପ୍ରଥମ ସୋଲାର ଗାଁର ଉଦଘାଟନ

    ନୂଆଦିଲ୍ଲୀ: ଭାରତର ପ୍ରଥମ ସୋଲାର ଗାଁର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂନ୍ଧ୍ୟା ୫.୩୦ରେ ମୋଦି ଗୁଜୁରାଟର ମୋଦେରା ଗାଁକୁ ସୋଲାର ଗାଁ ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଗାଁରେ ୧୩୦୦ରୁ ଅଧିକ ସୋଲାର ପେନେଲ ଲାଗିଛି। ଏହାଦ୍ବାରା ଗାଁର ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ୮୦କୋଟି ଟଙ୍କା ବିନିମୟରେ ନିର୍ମିତ ଏହା ନିର୍ମାଣ କରାଯାଇଛି। ଏହା ପରେ ମୋଦୀଶ୍ୱରୀ ମନ୍ଦୀର ଦର୍ଶନ କରିବା ପରେ ସୂର୍ଯ୍ୟ ମନ୍ଦିର ମଣ୍ଡପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

  • ବିହାରର ଆଇଆଇଟି ଗାଁ

    ସମସ୍ତଙ୍କର ଛୋଟ ବେଳୁ ଇଛା ପାଠ ପଢି ବଡ ମଣିଷ ହେବେ। କାହାର ଡାକ୍ତର, ଆଉ କାହାର ଇଞ୍ଚିନିୟର, ଆଉ କାହାକୁ ବୈଜ୍ଞାନିକ ଏବଂ କାହାକୁ ଶିକ୍ଷକତା କରିବାକୁ ଇଛା ଥାଏ। କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଯେଉଁ ପିଲା ପରିଶ୍ରମ କରି ନିଜ ଦୃଢ ଇଛା ଶକ୍ତି ବଳରେ ପାଠ ପଢିଲା ସେ ଆଗକୁ ଗଲା ବୋଲି କୁହନ୍ତି। ଆଉ ତା ସହ ଗୁରୁ ଗୁରୁଜନ, ବାପା ମାଙ୍କ ଆର୍ଶୀବାଦ ମଧ୍ୟ ଦରକାର। ଏତିକିରେ ଛାତ୍ରଛାତ୍ରୀ ସପଳ ହୋଇ ନାଁ କରି ଗୌରବ ଆଣିଥାଏ। ହେଲେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସବୁଘରର ପିଲା ଆଇଆଇଟିରେ ସଫଳତା ପାଇଛନ୍ତି। ବିହାରର ଗୟା ଜିଲ୍ଲାରେ ଥିବା ପଟବାଟୋଲି ଗାଁକୁ ଆଇଆଇଟିମାନଙ୍କ ଗାଁ ବୋଲି କୁହାଯାଏ।

    ପ୍ରତିବର୍ଷ ଅଧିକାଂଶ ପିଲା ଆଇଆଇଟି ପରୀକ୍ଷା ପାସ କରି ଦେଶର ଏହି ବୃହତ୍ତମ ଶିକ୍ଷା ପ୍ରତିଷ୍ଠାନରେ ପାଠ ପଢିବାର ସୁଯୋଗ ପାଇଥାନ୍ତି । ଏହାସହ ଏହି ଗାଁରେ ଲାଇବ୍ରେରୀ ମଧ୍ୟ ନିର୍ମାଣ ହୋଇଛି। ପିଲାମାନେ ମଧ୍ୟ ବିନା କୌଣସି କୋଚିଂରେ ଏହି ପରୀକ୍ଷା ପାସ କରୁଥିବା ଜଣାପଡିଛି। କିଛି ପିଲା ଉତ୍ତୀର୍ଣ୍ଣ ହେଉଥିବା ବେଳେ ଆଉ କିଛି ପିଲା ପାସ ହୋଇପାରନ୍ତିନାହିଁ। ସେପଟେ ଆଇଆଇଟି ପାସ କରିସାରିଲା ପରେ ପିଲାମାନଙ୍କୁ ଅନଲାଇନ କ୍ଲାସ କରି ପାଠପଢାରେ ସହଯୋଗ କରୁଛନ୍ତି। ଯାହା ଫଳରେ ପ୍ରତ୍ୟକ ବର୍ଷ ଏଠିକାର ପିଲା ଆଇଆଇଟିରେ ଭଲ ରେଜଲ୍ଟ କରୁଥିବା ଜଣାପଡିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ଗାଁକୁ ଯିବାପାଇଁ ନାହିଁ ରାସ୍ତା,,,ଘରେ ଘରେ ରହିଛି ଡଙ୍ଗା

    ଦୁନିଆରେ ଆଜି ବି ଏମିତି ସ୍ଥାନ ଅଛି, ଯେଉଁଠି ଯିବା ଆସିବା ପାଇଁ ରାସ୍ତାଟିଏ ନାହିଁ। ଏହାର ଅର୍ଥ ନୁହେଁ କି, ସେଠାର ସରକାର ରାସ୍ତା ନିର୍ମାଣ କରି ନାହାନ୍ତି। ଜଳପଥ ସେଠାରେ ଯାତାୟାତର ଏକମାତ୍ର ମାଧ୍ୟମ।ତେଣୁ ଲୋକଙ୍କୁ କାର କିମ୍ୱା ବାଇକ କିଣିବାର ଦରକାର ପଡିନଥାଏ। ଲୋକେ ନିଜ ସଞ୍ଚୟରୁ ଡଙ୍ଗା କିଣିଥାନ୍ତି। ସେମିତି ଏକ ସ୍ଥାନ ବିଷୟରେ ଆସନ୍ତୁ ଜାଣିବା।ଏଭଳି ଅନେକ ଜାଗା ଅଛି ଯାହା ସେମାନଙ୍କ ବିଶେଷତା ପାଇଁ ପ୍ରସିଦ୍ଧି ଲାଭ କରିଛି। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପର୍ଯ୍ୟଟନସ୍ଥଳୀ, ଆଉ କେଉଁଠି ମନ୍ଦିର ପାଇଁ। ଆଜି ଏମିତି ଏକ ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ବିନା ରାସ୍ତାରେ ଲୋକମାନେ ବସବାସ କରୁଛନ୍ତି। କୌଣସି ଯାନବାହାନ କିଣିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ଡଙ୍ଗା ଏମାନଙ୍କ ଯାତାୟାତର ଏକମାତ୍ର ମାଧ୍ୟମ।ନେଦରଲ୍ୟାଣ୍ଡର ଗିର୍ଥନ ଏକ ଛୋଟ ଗାଁ ।

    ଗାଁଟି ଏତେ ସୁନ୍ଦର ଯେ, ଥରେ ନୁହେଁ ବାରମ୍ୱାର ସେଠାକୁ ଯିବାକୁ ଇଛା ହେବ। ଗାଁଟିର ବୈଶିଷ୍ଟ୍ୟ ଏହାକୁ ବିଶ୍ବରେ ପ୍ରସିଦ୍ଧି ଆଣିଦେଇଛି। ଏହି ଗାଁରେ ରାସ୍ତା ନାହିଁ। ତେଣୁ ଏହାକୁ ନେଦରଲ୍ୟାଣ୍ଡର ଭେନସ ମଧ୍ୟ କୁହାଯାଏ। କେବଳ ଡଙ୍ଗାରେ ଯିବାଆସିବା କରିଥାନ୍ତି ଲୋକେ। ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ଆକଷର୍ଣୀୟ। ଏହାକୁ ଦେଖିବାକୁ ଦେଶ ବିଦେଶରୁ ବହୁ ଲୋକଙ୍କ ସୁଅ ଛୁଟିଥାଏ। ଏହି ଗାଁରେ ଗାଡିମୋଟର ଚାଲୁନଥିବାରୁ ପରିବେଶ ପ୍ରଦୂଷଣର ଆଶଙ୍କା ନ ଥାଏ। ଏଠାକାର ଜନସଂଖ୍ୟା ୩ହଜାର ହୋଇଥିବା ବେଳେ ପ୍ରତ୍ୟେକ ପରିବାରର ନିଜସ୍ୱ ଡଙ୍ଗା ରହିଛି। ଶୀତଦିନରେ ଏହି ସ୍ଥାନରେ ବରଫ ଜମା ହୋଇଥାଏ। ଯେଉଁଥିପାଇଁ ଲୋକମାନେ ବରଫ ସ୍କେଟିଂକୁ ଉପଭୋଗ କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ଏଠାକୁ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ.
Back to top button